ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

0
165
ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୪) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ସ୍ଥାନୀୟ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 04 07 at 19.37.57 ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡିପିଏମ ବିଶ୍ଵମ୍ଵର ବେହେରା ଯୋଗଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସକୁ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ୧୯୪୮ ମସିହାରୁ ଆଜି ଯାଏଁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ନେଇଥିବା ଗୁରୁତ୍ଵପୁର୍ଣ୍ଣ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଉତ୍ତମ ସ୍ଵାସ୍ଥ୍ୟ ସମସ୍ତଙ୍କ ଅଧିକାର ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପରିଚାଳକ କମ୍ୟୁନିଟି ପ୍ରୋସେସ୍ ତରଣୀସେନ ପ୍ରଧାନ, ଡିପିସି ଯକ୍ଷ୍ମା ସମୀର କୁମାର ସାହୁ, ସହକାରୀ ପରିଚାଳିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର, ଆଇସିଏ ସଞ୍ଜୟ କୁମାର ପଣ୍ଡା ପ୍ରମୂଖ ମଞ୍ଚାସିନ ଥିଲେ । ତରଣୀସେନ ପ୍ରଧାନ ସ୍ଵାଗତ ସଭାଷଣ ସହ ସଭା ପରିଚାଳଣା କରିଥିବା ବେଳେ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସମେତ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।