ଜିଲ୍ଲାଦାବିରେ ତେଜିଲା ଆନ୍ଦୋଳନ, ଆଜି ୧୨ ଘଣ୍ଟିଆ ବନ୍ଦ

0
99
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଇରଙ୍ଗପୁର, (୧୦/୦୪) : ରାଇରଙ୍ଗପୁର କୁ ସ୍ଵତନ୍ତ୍ର ଜିଲ୍ଲା ଦାବି କରି ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି ।

ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ଯାନବାହାନ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି । ଏହାକୁ ନେଇ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ବିଭିନ୍ନ ବ୍ଲକ ଦ୍ୱାରା ପ୍ରଚାର କରାଯାଇଥିଲା । ତେବେ ଏଥିରେ ରାଜନୈତିକ ଦଳ, ନାଗରିକ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନ ସାମିଲ ହେବେ ବୋଲି ଜଣାପଡିଛି ।