ଗଞ୍ଜେଇ ଜବତ, ୨ ଗିରଫ

0
105
ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୦/୦୪) : ୧୨୦ କେଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ୨ ଜଣ ଗିରଫ ହୋଇଥିବା ଜଣାପଡିଛି ।

କନ୍ଧମାଳ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ପଞ୍ଚାୟତ ବରପଡା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବରପଡ଼ା ଗାଁ’ରେ ଚଢାଉ କରିଥିଲା । ଏଥିରେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଚୋରା ଚାଲାଣରେ ସାମିଲ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ଲ ଏହା ସହ ପୋଲିସ ଏଥିରେ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏ ସବୁର ଖୋଳତାଡ ଜାରି ରଖିଛି ପୋଲିସ ।