ବିଦ୍ୟୁତ ଆଘାତ ରେ ଦନ୍ତା ହାତୀର ମୃତ୍ୟୁ

0
93
ବିଦ୍ୟୁତ ଆଘାତ ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୪) : ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟୁତ ଆଘାତ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରେଞ୍ଜ ଅନ୍ତର୍ଗତ ମହଦା ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ଆଘାତ ରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଜି ସକାଳୁ ସକାଳୁ ବିନିକା ବ୍ଲକ ମହଦା ନିକଟରେ ଥିବା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହକୁ ଗ୍ରାମବାସୀ ଦେଖିବା ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ମୃତ ଦନ୍ତା ହାତୀକୁ ଉଦ୍ଧାର କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦନ୍ତାର ମୃତ୍ୟୁ ହୋଇଥିବା ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି । ଖବର ପାଇ ବନବିଭାଗ ର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ବାରମ୍ବାର ସୁବର୍ଣ୍ଣପୁର ଜିଲ୍ଲାରେ ହାତୀ ମୃତ୍ୟୁ ହେଉଥିବା ବେଳେ ବେଆଇନ ଭାବେ ଜନ୍ତୁ ଶୀକାର ତଥା ଜଙ୍ଗଲ ମାଫିଆମାନଙ୍କ ପାଇଁ ନିରୀହ ଜନ୍ତୁମାନଙ୍କର ପ୍ରାଣହାନୀ ହେଉଛି ବୋଲି ଜନ ସାଧାରଣରେ କୁହାଯାଉଛି ।