BJP ର କୃଷକ ସମାବେଶ ଅନୁଷ୍ଠିତ

0
126
BJP

ରିପୋର୍ଟ : ଜଗଦୀଶ ଦାଶ
ଟିକାବାଲି, (୧୨/୦୪) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ବ୍ଲକ ଠାରେ ଆଜି BJP ର ଟିକାବାଲି ମଣ୍ଡଳୀର ବେହେରା ଗାଁ ଠାରେ ଭାଜପା କୃଷକ ମୋର୍ଚ୍ଚା ତରଫରୁ କୃଷକ ସମାବେଶ ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଛି ।

ଏହି କ୍ଷେତ୍ରରେ ଅପ୍ରେଲ ମାସ ୬ ତାରିଖ ଠାରୁ ଆରମ୍ଭ କରାଯାଇ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ପାର୍ଟି ପ୍ରତିଷ୍ଠା ଦିବସ ବୋଲି ବିଭିନ୍ନ ପଞ୍ଚାୟତ ବା ଅଞ୍ଚଳ ର ଏକ ତ୍ରୀତ ହୋଇ ଭାଜପା କୃଷକ ମୋର୍ଚ୍ଚା ତାର କାର୍ଯ୍ୟକ୍ରମ ପ୍ରତିପାଦିତ କରିଆସୁଛି । ଏହି ଦିଗରେ ଅଞ୍ଚଳର ପ୍ରାକୃତିକ କୃଷି ସମ୍ବନ୍ଧିତ ଜନଜାଗରଣ, ନଦୀ ସୁରଖ୍ୟା, ଶ୍ରୀଅନ୍ନ ଯୋଜନା ମିସନ ଜନ ଜାଗରଣ, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ସମାନ ନିଧୀ ଯୋଜନା ଉପରେ ଏହି ସମାବେଶ ରେ ଟିକାବାଲି ମଣ୍ଡଳୀ ସଭାପତି ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ସରଳା ଭାଷାରେ ଆଲୋକପାତ କରିଥିଲେ । ଏବଂ ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ସୀମାଞ୍ଚଳ ବେହେରା ଙ୍କ ତତ୍ତ୍ୱାବଧାନରେ ସମାବେଶ ଟି ସୁଚାରୁପେ ସମ୍ପାଦିତ ହୋଇଥିଲା । ଏହି ସମାବେସ ରେ ମଣ୍ଡଳୀ ସଭାପତୀ ଜିତେନ୍ଦ୍ର ଡାକୁଆ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜଗନାଥ ବେହେରା, ଦୁଷ୍ମନ୍ନ୍ତ ପ୍ରଧାନ, ବସନ୍ତ ପ୍ରଧାନ ସହ ପ୍ରମୁଖ BJP ର କୃଷକ ମୋର୍ଚ୍ଚା ର ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସମାବେଶ କୁ ସଫଳ କରିଥିଲେ ।