ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ

0
105
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୨/୦୪) : ଭିଣୋଇଙ୍କ ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶୁଣ୍ଢୀ ପଦର ଗ୍ରାମ ପଞ୍ଚାୟତ ଡାଙ୍ଗସାହି ଗାଁ ମୁଣ୍ଡରେ । ଭଉଣୀର ଚିକିତ୍ସା ପାଇଁ ଭିଣୋଇ ଘରକୁ ଟଙ୍କା ମାଗିବାକୁ ଆସିଥିଲେ । ହେଲେ ଭଉଣୀ କଥାକୁ ନେଇ ଭିଣୋଇ ସହ ବଚସା ହୋଇଥିଲା । ପରେ ଏହି ବଚସା ହତ୍ୟାର ରୂପ ନେଇଥିଲା । ଶଳାଙ୍କ କଥାରେ ଉତ୍‌କ୍ଷିପ୍ତ ହୋଇ ଭିଣୋଇ ଆଗପଛ କିଛି ବିଚାର ନ କରି ଏକ ଟାଙ୍ଗିଆରେ ଶଳାକୁ ଚୋଟ ପକାଇଥିଲେ । ଫଳରେ ଶଳାଙ୍କ ମୃତ୍ୟୁ ଘଟିଛି ।