ହାତୀମୃତ୍ୟୁ ଘଟଣାରେ ବାପ ପୁଅ ଗିରଫ

0
98
ହାତୀମୃତ୍ୟୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୨/୦୪) : ବିଦ୍ୟୁତ ତାର ଆଘାତ ରେ ଦନ୍ତା ହାତୀମୃତ୍ୟୁ ଘଟଣା ରେ ବାପ ପୁଅ ଗିରଫ ହୋଇଥିବା ସୂଚନା ମିଳିଛି ।

ଘଟଣାରୁ ପ୍ରକାଶ ଯେ, ସୋମବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅନ୍ତର୍ଗତ ମହଦା ଜଙ୍ଗଲ ରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା । ବାରହା ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ରେ ଲାଗି ଦନ୍ତା ହାତୀ ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣା ରେ ଆଜି ବାପ ପୁଅ କୁ ଗିରଫ କରିଥିବା କଣାପଡିଛି । ମହଦା ଗ୍ରାମର ବୀରେନ୍ଦ୍ର ଶର୍ମା (୬୦) ଓ ତାଙ୍କ ପୁଅ ଆଲାଉଦ୍ଦିନ ଶର୍ମା (୩୦) ହାତୀମୃତ୍ୟୁ ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଗିରଫ ହୋଇଥିବା ସୂଚନା ମିଳିଛି । ବିନିକା ବନ ବିଭାଗ ରେଞ୍ଜ କେ୍ସ ନମ୍ବର ୦୧/୨୩ – ୨୪ ରେ ଏକ ମାମଲା ରୁଜ୍ଜୁ ହୋଇଛି ।