କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ କାଶୀନଗର ପଞ୍ଚାୟତ ସମିତି ର ପଞ୍ଚମ ବୈଠକ

0
142
କାଶୀନଗର ବ୍ଲକ କାର୍ଯ୍ୟାଳୟ

 ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୪) : କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ କାଶୀନଗର ପଞ୍ଚାୟତ ସମିତି ର ପଞ୍ଚମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା ।WhatsApp Image 2023 04 13 at 06.21.14 କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ କାଶୀନଗର ପଞ୍ଚାୟତ ସମିତି ର ପଞ୍ଚମ ବୈଠକ

କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ କାଶୀନଗରପଞ୍ଚାୟତ ସମିତି ର ପଞ୍ଚମ ବୈଠକ ରେ କାଶୀନଗରବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ବ୍ଲକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ଜୋନ-୧ ର ସଦସ୍ୟା ଓ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ମଞ୍ଚାସିନ ହୋଇଥିଲେ । ପ୍ରଥମେ ଗ୍ରାମ ପଞ୍ଚାୟତ ଅଧିକାରୀ ପୂର୍ବ ବୈଠକ ର ବିବରଣୀ ପଠନ ତଥା ଏହାର ଦୂରୀକରଣ କରିଥିଲେ । ଏହି ସମିତି ସଭାରେ ବ୍ଲକ ମଧ୍ୟରେ ଥିବା ବାରଟି ପଞ୍ଚାୟତର ସରପଞ୍ଚ ଉପସ୍ଥିତ ରହି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟମାନ ସମୀକ୍ଷା କରିଥିଲେ । ଏହି ବୈଠକରେ ସମିତି ଅନ୍ତର୍ଗତ ବିଭାଗୀୟ ଅଧିକାରୀମାନେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଦ୍ୱାରା କରା ଯାଇ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ମାନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଉପସ୍ଥିତ ରେ ସମୀକ୍ଷା କରାଯାଇଥିଲା ।