ଓଡିଶା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ପ୍ରଶିକ୍ଷଣ ଶିବିର

0
183
ସ୍ଥିତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୪) : କାଶୀନଗର ବ୍ଲକ ସଭା ଗୃହ ଠାରେ ଓଡିଶା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କ ରେ ସର୍ଭେ କରିବା ଲାଗି ନିୟୋଜିତ ହୋଇଥିବା ଇନୁମୁରେଟର ଏବଂ ସୁପେର ଭୟଜର ମାନଙ୍କୁ ତାଲିମ ଦେବା ନିମନ୍ତେ ସ୍ଥାନୀୟ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ସି.ଡି.ପି.ଓ କନକ ଲତା ପୁଜାରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ଦେଇଥିଲେ । କାଶୀନଗର ବ୍ଲକରେ ୩୭ ଟି ଇନୁମୁରେଟର କେନ୍ଦ୍ରରେ ୭୦ ଜଣ ଇନୁମୁରେଟର ଏଠାରୁ ତାଲିମ ନେଇ କେନ୍ଦ୍ର ମାନଙ୍କରେ ICR ଫୋର୍ମ ମାଧ୍ୟମରେ ଓଡିଶା ପଛୁଆବର୍ଗ ମାନଙ୍କୁ ଚି଼ହ୍ନଟ କରିବେ ।