ଶଙ୍ଖ ଦଳରେ ଯୋଗଦାନ କଲେ ରାମନାଗୁଡା ବ୍ଲକ ଉପାଧ୍ୟକ୍ଷା ୪ଗୋଟି ପଞ୍ଚାୟତର ସମିତି ସଭ୍ୟ

0
166
ଶଙ୍ଖ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର,(୧୩/୦୪) : ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀରେ ବଢୁଛି ଶଙ୍ଖ ଦଳର କ୍ଷମତା ।

ରାମନାଗୁଡା ବ୍ଲକର ଉପାଧ୍ୟକ୍ଷା ଜାନକି ନିମାଲା ଙ୍କ ସହ ପେଣକାମର ସାମ୍ବାୟା ମାଣ୍ଡାଙ୍ଗି, ଗୋସେଇଁ ଗୁଲୁମୁଣ୍ଡା ସୁଷୁମା ଗୁରୁ ଓ ବୁତିଙ୍ଗ ପଞ୍ଚାୟତର ସମିତି ସଭ୍ୟ ଆପାରାଓ ପାତିକା, ଗୁଲୁମୁଣ୍ଡା ସରପଞ୍ଚ ବିକ୍ରମ ଶବର ଏବଂ ତାଙ୍କ ଶତାଧିକ ସମର୍ଥକ ମାଧବ ନିମାଲା, ପ୍ରଦୀପ ନିମାଲା, ସୁଧୀର ଗୁରୁ ବିଜେଡିରେ ସାମିଲ ହୋଇଛନ୍ତି । ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଏବଂ ରାୟଗଡା ଜିଲ୍ଲା ସଭାପତି ଶ୍ରୀ ସୁଧିରକୁମାର ଦାସଙ୍କ ନେତୃତ୍ବରେ ଗଜପତି ଜିଲ୍ଲାର ସର୍କିଟ ହାଉସ ରେ ବିଜେଡିର ମିଶ୍ରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ରାୟଗଡା ପର୍ଯ୍ୟବେକ୍ଷକ ତଥା ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତରେ ମିଶ୍ରଣ ହୋଇଥିଲା । ଏମାନେ ଶଙ୍ଖ ଦଳରେ ଯୋଗଦାନ କରିବା ଫଳରେ ଦଳ ମଜବୁତ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାସ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଗଗନ ଆଚାର୍ଯ୍ୟ, କମଳ ମୁଟିକା, ଦାମ କୈବର୍ତ, ବିଜୟ ମଣ୍ଡାଙ୍ଗି, ଛାତ୍ର ସଭାପତି ପିଙ୍କୁ ପଣ୍ଡା ଏବଂ ଦଳର ଅନେକ ତୁଙ୍ଗ ନେତା ମାନେ ଉପସ୍ଥିତ ରହିଥିଲେ ।