୪୮ ଘଣ୍ଟା ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

0
110
୪୮

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୩/୦୪) : ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ଆଜି ଦିନ ୧୦ ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ୨୫ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗତକାଲି ବାଇକ୍ ରାଲି ବେଳେ ମୋତିଜିରା ନିକଟରେ ମସଜିଦ୍ ସାମ୍ନାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ପଥରମାଡ଼ କରାଯାଇଥିଲା । ଯେଉଁଥିରେ ୧୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଯାହାର କିଛି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ଧନୁପାଲି ମହିଳା IICଙ୍କ ମୁହଁରେ ଲାଗିଛି ଆଘାତ । ଅତିରିକ୍ତ SP, ଧନୁପାଲି IIC ଓ ଟାଉନ୍ ଥାନା ଇନଚାର୍ଜ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଇକ୍ ଶୋଭାଯାତ୍ରାରେ ଯାଉଥିବା କିଛି ଯୁବକ ମଧ୍ୟ ପଥର ମାଡ଼ରେ ଆହତ ହୋଇଛନ୍ତି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଡ଼ାଜଳା ହୋଇଛି । ବାଇକ୍ ଓ ଦୋକାନ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ୬ ଟି ଥାନା ଅଞ୍ଚଳରେ ୪୮ ଘଣ୍ଟା ପାଇଁ ୧୪୪ ଧାରା ଜାରି ହୋଇଛି । ଇଣ୍ଟେଲିଜେନ୍ସ ଫେଲ୍ ମାରିବା ପରେ ଘଟିଛି ଅଘଟଣ । ଫଳରେ ଆହତ ହେଲେ ପୋଲିସ, ଆହତ ହୋଇଛନ୍ତି ଶୋଭାଯାତ୍ରାରେ ଯାଉଥିବା ଲୋକେ । ସାଧାରଣ ଲୋକଙ୍କ ଦୋକାନ ଓ ବାଇକ୍ ଜଳିଯାଇଛି । ବଡ ପ୍ରଶ୍ନ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବ ତ ପୋଲିସ ?