ଜିଲ୍ଲା ପ୍ରଶାସନ ଦ୍ୱାରା ଡଃ ଭି. ଆର୍. ଅମ୍ବେଦକରଙ୍କ ଜୟନ୍ତୀ ପାଳିତ

0
158
ଦ୍ୱାରା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୪) : କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।WhatsApp Image 2023 04 14 at 13.38.27 ଜିଲ୍ଲା ପ୍ରଶାସନ ଦ୍ୱାରା ଡଃ ଭି. ଆର୍. ଅମ୍ବେଦକରଙ୍କ ଜୟନ୍ତୀ ପାଳିତ

ସ୍ଥାନୀୟ ବିଧାୟକ ଶ୍ରୀ ରଘୁରାମ ପଢାଲଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନ ୯ ଘଣ୍ଟା ସମୟରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଆମ୍ବେଦକର ପାର୍କରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ୯ଟା ବାଜି ୩୦ ମିନିଟ ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ଜଣାପଡିଛି ।