କୋଟପାଡ଼ ବ୍ଲକ ର ଛତର୍ଲା ପଞ୍ଚାୟତ ବିଛିନାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
196
କୋଟପାଡ଼ ବ୍ଲକ ର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୪) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ର ଛତର୍ଲା ପଞ୍ଚାୟତ ବିଛିନାଞ୍ଚଳରେ ଥିବା ନୂଆଗୁଡା ଏବଂ କୋଟ୍ରାଗୁଡା ଗ୍ରାମରେ ସୁନାରବେଲି ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।

କୋଟପାଡ଼ ବ୍ଲକ ର ଛତର୍ଲା ପଞ୍ଚାୟତ ଅଞ୍ଚଳ ବାସୀଙ୍କ ସମସ୍ତ ପ୍ରକାର ରକ୍ତ ପରୀକ୍ଷା, ସୁଗର, ଡ଼ାଇବେଟିସ, ସହ ସାଧାରଣ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା ଏବଂ ଗ୍ଲୁକୋଜ, ବିସ୍କୁଟ ଆଦି ପ୍ରଦାନ କରାଯାଇଥିଲା । ନିଜ ଶରୀରକୁ କିପରି ଭାବରେ ଯତ୍ନ ନେବେ ସେ ନେଇ ଡାକ୍ତର ଶ୍ରୀ ରାମ ପଣ୍ଡା ଉକ୍ତ ଶିବିର ର ସଚେତନ କରିଥିଲେ । ଉକ୍ତ ଗ୍ରାମକୁ ଯିବାକୁ କୌଣସି ସୁବିଧା ନ ଥିବାରୁ ସମସ୍ତେ ଏସ ବି ନୂଆଗାଁ ଆସିବାକୁ ହେଲେ ଡ଼ଙ୍ଗାରେ ଯିବା ଆସିବା କରି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଆଜିର ଏହି ଶିବିରରେ ମୋଟ ୧୭୦ ଜଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ନେପକିନ, ମାସ୍କ ଇତ୍ୟାଦି ପ୍ରଦାନ କରାଯାଇଥିଲା । ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ସୁଶ୍ରୀ ପ୍ରିୟଙ୍କା ବିଶୋଇ, ଆମଜୁରୀ ବାଲାଜୀ, ବ୍ରହ୍ମାନନ୍ଦ ସ୍ୱାଇଁ, ସ୍ନେହ ଲତା ମହାରଣା, ଶିବାନୀ ବେନାର୍ଜୀ, ପଦ୍ମଜା ମଣ୍ଡଳ, ମମତା କେଉଟ, ସୁକାନ୍ତି ନାୟକଙ୍କ ସମେତ ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିବା ଜଣା ଯାଇଛି ।