୫୭ ତମ ସିଦ୍ଧି ଦିବସ ପାଳନ

0
177
୫୭

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୪/୦୪) : ୫୭ ତମ ସିଦ୍ଧି ଦିବସ ପାଳନ । ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଦିବ୍ୟ ଦର୍ଶନ ଆଶ୍ରମ ପରିସର ମଧ୍ୟରେ ସତ୍ ସଂଗର ବ୍ୟବସ୍ଥା କରାଯାଇଥିଲା ।WhatsApp Image 2023 04 14 at 17.48.02 ୫୭ ତମ ସିଦ୍ଧି ଦିବସ ପାଳନ

ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଦିବ୍ୟ ଦର୍ଶନ ଆଶ୍ରମ ପରିସର ମଧ୍ୟରେ ୫୭ ତମ ସିଦ୍ଧି ଦିବସ ଅବସରରେ ସତ୍ ସଂଗର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ସତ୍ ସଙ୍ଗରେ ଗୁରୁ ଭାଈ ସର୍ବଶ୍ରୀ ଧନଞ୍ଜୟ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, କାର୍ତ୍ତିକ ତାମାରାପୁ ଯୋଗଦାନ କରି ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନ କିପରି ପରମ ସିଦ୍ଧି ପ୍ରାପ୍ତ କରିଥିଲେ ତାହା ପ୍ରକାଶ କରିଥିଲେ । ୧୯୬୭ ମସିହା ଏପ୍ରିଲ ୧୪ ତାରିଖ ଦିନାନ୍ତ ସମୟରେ ସେ ସୁନାବେଡ଼ା ବନ୍ଧୁ ନୀଳକଣ୍ଠ ଦାସଙ୍କ ଘରେ ପରମ ସିଦ୍ଧି ଲାଭ କରିଥିଲେ । ଗୁରୁଦେବ ସଂଧ୍ୟା ସମୟରେ ପ୍ରାର୍ଥନା କରୁଥିବା ବେଳେ ପରମ ଜ୍ୟୋତିକୁ ପ୍ରାପ୍ତ କରିଥିଲେ । ପରମ ଜ୍ୟୋତି ଚତୁର୍ଦ୍ଦିଗରେ ବ୍ୟାପି ଗଲା, ମୁଁ ଯେଉଁ ଆଡ଼କୁ ଚାହିଁଲେ ଆଲୋକ ହିଁ ଆଲୋକ, ଆଲୋକ ଛଡ଼ା ଆଉକିଛି ନାହିଁ । ଚକ୍ଷୁ ବନ୍ଦ କଲି ଏବଂ ଦିବ୍ୟ ଦିବ୍ୟ ଜ୍ଞାନ ପ୍ରାପ୍ତ କଲି । ପରମ ବ୍ରହ୍ମଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁଭବ କରିଥିଲି ।

କେତେ ଜଣ ମହାପୁରୁଷଙ୍କ ବାକ୍ୟକୁ ଧାରଣ କରି, ପ୍ରକୃତିର ଗବେଷଣାର ଏବଂ ପରମ ବ୍ରହ୍ମଙ୍କୁ ନିଜର ଗୁରୁ ବୋଲି ମାନିଥିବାରୁ ତାଙ୍କର ସମସ୍ତ ଶକ୍ତି ସମସ୍ତ କ୍ଷମତା ନିଜ ଭିତରେ ପ୍ରକାଶ ପାଉଥିଲା । ସେ କେବଳ ଆତ୍ମ ଜ୍ଞାନ ପାଇଥିଲେ ତାହା ନୁହଁ ତା ସହିତ ଅନ୍ୟାନ୍ୟ ବିଦ୍ୟା ଏପରିକି ୧୬ ଟି ବିଦ୍ୟା ଆୟତ କରିଥିଲେ । ଉପନିଷଦର ବ୍ରହ୍ମ ଜ୍ଞାନ ବିଷୟରେ ବର୍ଣନା ହୋଇଛି ଯେ ଯାହାକୁ ଜାଣିଲେ ଆଉ କିଛି ଜାଣିବାକୁ ନାହି, ଯାହାକୁ ପାଇଲେ ଆଉ କିଛି ପାଇବାର ନାହିଁ ,ଏହା ହିଁ ଅନ୍ତିମ ବିଦ୍ୟା । ଏଣୁ ଗୁରୁଙ୍କ ଠାରେ ଦୀକ୍ଷା ଗ୍ରହଣ କରି ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରି ଭକ୍ତି ସହକାରେ ଆତ୍ମ ଜ୍ଞାନ ଶିକ୍ଷା କରିବାକୁ ହେବ । ଜଣେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ନ କରିଲା ପର୍ଯ୍ୟନ୍ତ ମୁକ୍ତି ନାହିଁ । ତେଣୁ ସମସ୍ତେ ଆତ୍ମ ଜ୍ଞାନ ଶିକ୍ଷା କରି ସମସ୍ତ ଦୁଃଖରୁ ମୁକ୍ତି ପାଆନ୍ତୁ ଏହା ହିଁ ଗୁରୁଦେବଙ୍କ ନିର୍ଦ୍ଦେଶ ।