ସମ୍ବିଧାନ ପ୍ରଣେତା ଡ଼ଃ.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

0
221
ସମ୍ବିଧାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୦୪) : ଭାରତର ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ।WhatsApp Image 2023 04 14 at 15.32.13 1 ସମ୍ବିଧାନ ପ୍ରଣେତା ଡ଼ଃ.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ମାନ୍ୟବର ଅନୁସୂଚିତ ଜାତି, ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଏସଡିସି ଅଧ୍ୟକ୍ଷା ଅନୁସୂୟା ମାଝୀ, ମାନ୍ୟବର ବିଧାୟକ ରାୟଗଡା ମକରନ୍ଦ ମୁଦୁଲି, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଅତିରକ୍ତ ଜିଲ୍ଲାପାଳ ଧର୍ମନନ୍ଦ ବେହେରା, ନଗରପାଳ ପି. ମହେଶ ପଟ୍ଟନାୟକ, ପିଡି ୱାଟରସେଡ ଡ଼ଃ ଦୟାନିଧି ବାଗଙ୍କ ସମେତ, ମୁଖ୍ୟବକ୍ତା ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ସମ୍ବିଧାନ ପ୍ରଣେତା ଡ଼ଃ.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ୱାକର୍ସ କ୍ଲବର ସମ୍ପାଦକ ଜଳନ୍ଧର ପୁସିକା ଓ ଅନ୍ୟାନ୍ୟ କର୍ମକର୍ତ୍ତା, ସେବାସ୍ଥମ୍ଭର ବି.କାନ୍ତାରାଓ, ବାମସେଫ ଅନୁଷ୍ଠାନର ଜନାର୍ଦ୍ଦନ ଗରଡ଼ିଆ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ ।

ଏହା ପରେ ସ୍ଥାନୀୟ ରାୟଗଡା ମହିଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍ମୁତିଚାରଣ ସଭା ଆୟୋଜିତ ହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା, ଉପଜିଲ୍ଲାପାଳ ରାୟଗଡା ଶ୍ରୀ ଭୀମସେନ ଶବର, ନଗରପାଳ ଶ୍ରୀ ପଟ୍ଟନାୟକ, ଉପନଗରପାଳ ଶୁଭ୍ରା ପଣ୍ଡା, ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ନିଜର ବକ୍ତବ୍ୟରେ କହିଲେ ଯେ, ଆମ୍ବେଦକର ହେଉଛନ୍ତି ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ ଓ ସାମାଜିକ ଗଣତନ୍ତ୍ର ସଫଳ ହେଲେ ରାଜନୈତିକ ଗଣତନ୍ତ୍ର ସଫଳ ହେବ ବୋଲି କହିଥିଲେ ।

ସେହିପରି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ମଂଚାସୀନ ଅତିଥିମାନେ ଡ଼ଃ.ଭୀମାରାଓ ଆମ୍ବେଦକରଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ଡ଼ଃ ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଶ୍ରୀ ପୀତବାସ ବିଶ୍ୱାଳ ସଂଯଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରାକ୍ଷେପକ ପୀତବାସ ବିଶ୍ୱାଳ, ବଡ ବାବୁ ରlମ ପାତ୍ର, ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, କାହ୍ନୁ ଚରଣ ପ୍ରଧାନ, ଅଜିତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।