ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ

0
149
ଜିଲ୍ଲା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୪) : ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2023 04 14 at 22.10.55 1 ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ

ଏହି ଉପଲକ୍ଷେ ପ୍ରାତଃ ସମୟରେ ସ୍ଥାନୀୟ ଆମ୍ବେଦକର ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ସହିତ ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ସହ ଜିଲ୍ଲା ଆମ୍ବେଦକର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ କମିଟି କର୍ମକର୍ତ୍ତାତଥା ବିଭିନ୍ନ ସ୍ୱେଚ୍ଛାସେବୀ, ଆମ୍ବେଦକର ପ୍ରେମୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ଏବଂ ସମ୍ମାନିତ ଅତିଥିଭାବେ ଜିଲ୍ଲା ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଁହର ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ଶ୍ରୀଧର ବାଗ ଯୋଗଦେଇ ସମାଜ ପ୍ରତି ବାବାସାହେବ ଆମ୍ବେଦକରଙ୍କ ଯୋଗଦାନ ବିଷୟ ରେ ଆଲୋଚନା କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମାରୋହ ଅବସରରେ ପୁରସ୍କୃତ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତାରେ ୟସରାଜ ମହାକୁର କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର -ପ୍ରଥମ, ଅଂଶୁମାନ ଚାନ୍ଦ ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ, ଋତୁପର୍ଣ୍ଣା ମହାକୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୋନପୁର ତୃତୀୟ, ହୋଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ମଧୁସ୍ମିତା ମେହେର ଏସ ଏସ ଭି ଏମ ସୋନପୁର ପ୍ରଥମ, ଇଷିକା ଅତିସୌମ୍ୟ ଖମାରୀ ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ ଓ ଉମାକାନ୍ତ ମହାଲିକ କୋଶଲ ହାଇସ୍କୁଲ ସୋନପୁର ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି ।WhatsApp Image 2023 04 14 at 22.10.55 ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ

ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ବକୃତା ରେ ଅର୍ଚ୍ଚନା ମହାନ୍ତି ଏସ ଏସ ଭି ଏମ ସୋନପୁର, ପ୍ରୀତି ପ୍ରିୟଦର୍ଶିନୀ କୁମ୍ଭାର, ଦଧିବାମନ ହାଇସ୍କୁଲ ବାଉଁସୁଣୀ, ଲିପିକା ଖେତୀ ପି ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପୁନଶ୍ଚ ଇଂରାଜୀ ବକୃତା ରେ ଅନ୍ୟାଷା ଦୀକ୍ଷିତ ଏସ ଏସ ଭି ଏମ, ସୋନପୁର ପ୍ରଥମ, ଶିବାନନ୍ଦ ପଣ୍ଡା ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ, ରୁପାଲୀ ସାହୁ ପି ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି ।ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ବକୃତା ପ୍ରତିଯୋଗିତା ରେ ସୁବ୍ରତ କୁମାର ମେହେର, କରୁଣା ଛତ୍ରିଆ ପ୍ରମୁଖ ସୋନପୁର କଲେଜ ସୋନପୁର ପ୍ରଥମ ଓ ଦ୍ଵିତୀୟ ହୋଇଥିବା ବେଳେ ଚିନ୍ମୟ କୁମାର ମିଶ୍ର କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।

ସଭାରେ ନାଗରିକ ସମାଜ ପକ୍ଷରୁ ସମାଜସେବୀ ଘାସିରାମ ପଣ୍ଡା , ଜିଲ୍ଲା ବାବା ସାହେବ ଆମ୍ବେଦକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ରବିନ୍ଦ୍ର କୁମ୍ଭାର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାପତି ପଣ୍ଡା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଜୟନ୍ତୀ ସଭାରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ବିଭିନ୍ନ ବିଭାଗର ଅଧିକାରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ବରିଷ୍ଠ ନାଗରିକ ସମାଜର ଗନ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଥିଲେ ।