ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

0
201
ବିଷୁବ ସଂକ୍ରାନ୍ତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪ /୦୪) : ସ୍ଥାନୀୟ ବ୍ରାହ୍ମଣ ସାହିସ୍ଥିତ ଗଜପତି ପାଠାଗାର ଓ ବ୍ଲକ୍-ସି ଏଚ୍ ସି ଛକରେ ଥିବା ବଂଶଧାରା ପାଠାଗାର ପକ୍ଷରୁ ବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି ।

ଉଲ୍ଲିଖିତ ପ୍ରଥମ ପାଠାଗାରରେ ଏହି ଉପଲକ୍ଷେ ଆୟୋଜିତ ଆସରରେ ଅନୁଷ୍ଠାନର ସଭାପତି କବିରାଜ ରମାକାନ୍ତ ପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ପଣ୍ଡା, ତ୍ରିନାଥ ନାୟକ, ଶିକ୍ଷକ ଗୋପୀନାଥ ପାତ୍ର, ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ ସାମ୍ବାଦିକ ଟୁନା ଚୌଧୁରୀ ପ୍ରମୁଖ ଯୋଗ ଦେଇ ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ପାଳନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଦ୍ଵିତୀୟୋକ୍ତ ପାଠାଗାରରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ହୃଷିକେଶ ଗୌଡ଼ । ଏଥିରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର, ସାମ୍ବାଦିକ ରାଜେଶ ପଟ୍ଟନାୟ, ଆନନ୍ଦ ପାତ୍ର , ରାଜେଶ ମିସାଲ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ ଓ ସଂସ୍କୃତି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଉଭୟ ପାଠାଗାର ପକ୍ଷରୁ ପଣା ବିତରଣ କରା ଯାଇଥିଲା । ଏ ଅବସରରେ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବ୍ରାହ୍ମଣ ସାହି ରାମ ମନ୍ଦିରରେ ହନୁମାନ ଜୟନ୍ତୀ ବି ପାଳିତ ହୋଇଥିଲା । ଯଥାକ୍ରମେ ଜଗଦୀଶ ପାଣିଗ୍ରାହୀ ଓ ଭାସ୍କର ସାମନ୍ତରାୟ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ହୋମଯଜ୍ଞ, ଭଜନ କୀର୍ତ୍ତ ଓ ପ୍ରସାଦ ସେବନର ଆର୍ଯ୍ୟକ୍ରମ ସହ ସାମ୍ବାଦିକ ଟୁନା ଚୌଧୁରୀଙ୍କ ପୌରାହିତ୍ୟରେ ଓଡ଼ିଆ ପାଞ୍ଜି ଉନ୍ମୋଚିତ ହୋଇଥିଲା ।