ମେରୁ ପର୍ବ ଏଇ ବର୍ଷ ବହୁ ଧୁମ୍ ଧାମରେ ପାଳନ ହେଲା

0
164
ମେରୁ ପର୍ବ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୦୪) : କରୋନା କଟକଣା ଅନୁଯାୟୀ ସ୍ଥାନୀୟ ମା’ ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଦୁଇ ବର୍ଷ ହେବ ଭଲ ଭାବରେ ହୋଇ ପାରିନଥିଲା । ଏଇ ବର୍ଷ ବହୁ ଧୁମ୍ ଧାମରେ ପାଳନ ହେଲା ଦଣ୍ଡ ନାଚ, ଏବଂ ଶେଷ ହୋଇ ମାସନ୍ତ ମେରୁ ପର୍ବ ସମାପ୍ତ ହୋଇଯାଇଛି ।WhatsApp Image 2023 04 15 at 12.07.08 ମେରୁ ପର୍ବ ଏଇ ବର୍ଷ ବହୁ ଧୁମ୍ ଧାମରେ ପାଳନ ହେଲା

୧୩ ଦିନ ଧରି ମାସନ୍ତ ଦଣ୍ଡ ଯାତ୍ରାର ରୀତି ନୀତି ଅନୁଯାୟୀ ମାନସିକ ଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଅପ୍ରେଲ ଏକ ତାରିଖରୁ ଆରମ୍ଭ ହୋଇ ଏହା ଶେଷ ହୋଇଯାଇଛି । ପ୍ରଥମରୁ ଦଣ୍ଡୁଆ ଭାଇ ମାନେ ଭକ୍ତିର ସହ ମା’ ଦଣ୍ଡ କାଳୀଙ୍କୁ ସ୍ମରଣ କରି ଧୂଳି ଦଣ୍ଡ, ପାଣି ଦଣ୍ଡ ସାରିବା ପରେ ମା’ଙ୍କ ପୂଜାରୀ ମା’ ରୁଦ୍ର କାଳୀଙ୍କୁ ଆବାହନ କରି ରୀତି ନୀତି ଅନୁସାରେ ମେରୁ କାର୍ଯ୍ୟ ସମାପ୍ତ କରିଥିଲେ । ତେବେ କରୋନା କଟକଣା ଯୋଗୁଁ କେବଳ ନୀତିକାନ୍ତି ରେ ଠାକୁର ଙ୍କ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତ ଙ୍କ ସମାଗମକୁ ବାରଣ କରାଯାଉ ଥିଲାଦୁଇ ବର୍ଷ ହେଲା । କିନ୍ତୁ ଏହି ବର୍ଷ ରାଇକିଆ ସହ ଜିଲ୍ଲାର ଅନ୍ୟ ସ୍ଥାନର ମାସନ୍ତ ମେରୁ ପର୍ବ ବହୁ ଧୁମ୍ ଧାମରେ ସମାପ୍ତ ହୋଇଥିବା ବେଳେ ଆଜି ଅନ୍ୟ ଦଣ୍ଡକାଳୀଙ୍କ ପୀଠରେ ସଂକ୍ରାନ୍ତି ମେରୁ ପର୍ବ ଅନୁଷ୍ଠିତ ହେବ ।