ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଓ ଶ୍ରୀ ମା ତାରିଣୀ ଉତ୍ସବ ପାଳନ

0
161
ଓଡ଼ିଆ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, ( ୧୪/୦୪) : ରାୟଗଡା ଜିଲ୍ଲା ବିଷମ କଟକ ଗ୍ରାମରେ ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ଶ୍ରୀ ଶ୍ରୀ ମା ତାରିଣୀ ଙ୍କ ପୀଠରେ ଯାନୀଯାତ୍ରା ନିଆମଡ଼ା ଯାତ୍ରା ଅତି ଉତ୍ତମ ଭାବରେ ପାଳନ ହୋଇଥିଲା ।

ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଉତ୍ସବ ରେ ବିଷମ କଟକ ର ବଜରଙ୍ଗଦଳ, ଡ୍ରାଇଭର ସଙ୍ଘ ଓ ଗ୍ରାମ ବାସି ମା, ଭଉଣୀ ଛୋଟ ପିଲା ମନେ କ୍ରିର୍ତନ ମଣ୍ଡଳୀ, ହଜାର ହଜାର ଭକ୍ତ ବୃନ୍ଦ ମାନଙ୍କ ନେତୃତ୍ବରେ ଶ୍ରୀ ଶ୍ରୀ ମା ତାରିଣୀ ଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଷମ କଟକ ର ପ୍ରତ୍ୟେକ ପଞ୍ଚାୟତ ବାସି ଅତି ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ସମସ୍ତ ଗ୍ରାମ ବାସୀ ପ୍ରଶଂସା କରିଥଲେ । ଏହି ଉତ୍ସବ ରେ ୫୦୦୦ ହଜାର ଲୋକ ଙ୍କ ପ୍ରାସାଦ ସେବନ ବ୍ୟବସ୍ଥା ସ୍ଥାନୀୟ ଶ୍ରୀ ମା ତାରିଣୀ ମନ୍ଦିର ପ୍ରାଙ୍ଗଣ ରେ କରାଯାଇ ଥିଲା । ଏହି ଉତ୍ସବ ରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇ ଥିଲା । ସମସ୍ତ ଭକ୍ତ ବୃନ୍ଦ ପ୍ରାସାଦ ସେବନ କରି ଆନନ୍ଦ ପାଇଥିଲେ ।