ଜ୍ଞାନପ୍ରଭା ମିଶନ ଆନୁକୁଲ୍ୟରେ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର ଅନୁଷ୍ଠିତ

0
149
ଜ୍ଞାନପ୍ରଭା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୪) : ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ଠାରେ କୋଶଳ ଆବାସିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜ୍ଞାନପ୍ରଭା ମିଶନ ଆନୁକୁଲ୍ୟରେ ଦୁଇଦିନିଆ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର “ପ୍ରଜ୍ଞା ଧାରା” ଆଜି ଆୟୋଜିତ ହୋଇଯାଇଛି ।

ଏହି ଶିବିରରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ଏହି ଶିବିରର ମୂଖ୍ୟ ଉଦ୍ଧେଶ୍ୟ ଲୁପ୍ତ ହୋଇଯାଉଥିବା ଭାରତୀୟ ବୈଦିକ ସଂସ୍କୃତି ଓ ପରମ୍ପରା ର ପୁନଃ ଉତ୍ ଥାନ କରି ନାରୀମାନଙ୍କ ଭିତରେ ଆତ୍ମଜାଗରଣ ସୃଷ୍ଟିକରିବା ମୁଳଲକ୍ଷ୍ୟ । ଏହି ଶିବିରକୁ ଜ୍ଞାନପ୍ରଭା ମିଶନର ସନ୍ନ୍ୟାସିନୀ ସ୍ୱାମୀ ଜ୍ୟୋତ୍ତିର୍ମୟାନନ୍ଦ ଗିରି ଓ ସ୍ଵାମୀ ଦୁର୍ଗେଶାନନ୍ଦ ଗିରି ପରିଚାଳନା କରିଥିବା ବେଳେ ଶିବିରର ଉଦଘାଟନୀ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା ପୁଷ୍ପାଞ୍ଜଳି ନିଙ୍ଗୀ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଶିକ୍ଷୟିତ୍ରୀ ଦିପ୍ତିମୟୀ ମହାପାତ୍ର,ପରମାନନ୍ଦ ନାୟକ, ସ୍ମିତାରାଣୀ ନାଏକ ପ୍ରମୁଖ ଯୋଗଦାନ କରି ନାରୀମାନଙ୍କ ଭିତରେ ଲୁପ୍ତ ହୋଇଯାଉଥିବା ବୈଦିକ ଶକ୍ତିକୁ ଜାଗ୍ରତ କରିବା ପାଇଁ ପ୍ରେରଣା ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅଚ୍ୟୁତାନନ୍ଦ ମହାନ୍ତି ଙ୍କ ସହଯୋଗରେ ଏହି “ପ୍ରଜ୍ଞାଧାରା” ଶିବିର ଅନୁଷ୍ଠିତ ହୋଇଥିଲା । ଶେଷରେ କୋଶଳ ଆବାସିକ ବିଦ୍ୟାଳୟର ସମ୍ପାଦକ ସଞ୍ଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।