ଓଜେୟୁ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ପୂର୍ଣ୍ଣଚରଣ, ସମ୍ପାଦକ ଭାଗବତ

0
94
ଓଜେୟୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୭/୦୪) : ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ସଭା ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଓଜେୟୁ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।

ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ସଙ୍ଘର ସମସ୍ତ ସଦସ୍ୟ ମନୋନୟନ କରାଯାଇଛି । ଜିଲ୍ଲା ସଭାପତି ଭାବେ ପୂର୍ଣ୍ଣଚରଣ ସାହୁ, ସାଧାରଣ ସମ୍ପାଦକ ଭାଗବତ ମେହେର, ଉପ ସଭାପତି ସୁଧାଂଶୁ ମିଶ୍ର, ସହ ସମ୍ପାଦକ ବଂଶୀଧର ମାଝୀ, କୋଷାଧ୍ୟକ୍ଷ ଦେବାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ଭାବେ ବିଭୁଦତ୍ତ ବୋଷ, ଜିଲ୍ଲା ସଂଯୋଜକ ଭାବେ ବରିଷ୍ଠ ସଦସ୍ୟ ଦିବ୍ୟରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀରେ ଯୁଗଳ କିଶୋର ସାମଲ, ଦିବ୍ୟଶଙ୍କର ରାଉତ, ସୁକାନ୍ତ ପଟ୍ଟନାୟକ, ଚିତ୍ତରଞ୍ଜନ ସିଂ, କାର୍ଯ୍ୟକାରୀ ସଦସ୍ୟ ଭାବେ ବାସୁଦେବ ସାହୁ, ସୁଶାନ୍ତ ବେହେରା, ଜୟକୁମାର ମହାରଣା, ପ୍ରଭାତ କୁମାର ସାହୁଙ୍କୁ ରାଜ୍ୟ ସଭାପତି ଶ୍ରୀ ପ୍ରହରାଜ ଘୋଷଣା କରିଛନ୍ତି । ଏହି ଅବସରରେ ଓଜେୟୁ ସଂଘ ର ନୂତନ ସଦସ୍ୟ ଭାବେ ସଦାନନ୍ଦ ନାୟକ ଓ କୁମୁଦ ଚନ୍ଦ୍ର ସାହୁ ଉଭୟ ଦୁଇଜଣ ସଦସ୍ୟ ଭାବେ ସଙ୍ଘରେ ସାମିଲ କରାଯାଇଛି ।