ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
128
ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୭/୦୪) : ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା ।

ଆଜି ଗଜପତି ଜିଲ୍ଲା ବିଜୁ ପରିବାର ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ମହେନ୍ଦ୍ରତନୟା ନାଦୀ ତୁଠ ଠାରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା ଏବଂ କଲେଜ ଛକ ନିକଟସ୍ଥ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ମୁଖ୍ୟ ବଜାର ଠାରେ ସମୂହ ସଫେଇ କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ ନେତା ଓ ବିଜୁ ଜନତା ଦଳର ବିଜୁ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।