ପୁରୀ ମାଳତୀପାଟପୁର ନିକଟରେ CNG ଗ୍ୟାସ ଲିକ୍

0
97
ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୪) : ପୁରୀ ମାଳତୀପାଟପୁର ନିକଟରେ CNG ଗ୍ୟାସ ଲିକ୍ । CNG ବୋଝେଇ ଗାଡିରୁ ଗ୍ୟାସ୍ ଲିକ୍ । ଏକ ଟ୍ରକରେ ୩୫୦୦ ୱାଟର ଲିଟର ଗ୍ୟାସ୍ ଲୋଡ୍ ଥିଲା ।

ତେବେ ହଠାତ ଗ୍ୟାସ ଲିକ୍ ହେବାରୁ ଗାଡି ଚାଳକ ଓ ଅଞ୍ଚଳ ବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ସ୍ପ୍ରେ କରି ଗ୍ୟାସ ଲିକ୍‌କୁ ନିୟନ୍ତ୍ରଣ କରିଛନ୍ତି । ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଭୁବନଶ୍ୱରରୁ ଗାଡ଼ିଟି ପୁରୀ ଆସୁଥିଲା ।