ପ୍ରେମ ପରେ ପ୍ରତାରଣା : ବିଷ ପିଇ ପ୍ରେମିକାଙ୍କ ମୃତ୍ୟୁ

0
84
ପ୍ରେମ ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୮/୦୪) : ପ୍ରେମ ପରେ ପ୍ରତାରଣା । ପ୍ରେମିକ ଦେଇଥିବା ବିଷ ପିଇ ଆଖି ବୁଜିଲେ ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୂନପାଣି ଗାଁ’ରେ ।

ଗାଁ’ର ରିମା ନାଗ ଓ ସମୀର ପୁଝାରିଙ୍କ ମଧ୍ୟରେ ୨ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା । ପ୍ରେମ ପରେ ପ୍ରତାରଣା । ରିମା ସମୀରଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଥିବା ବେଳେ, ସମୀର ଅନ୍ୟ ଏକ ଜାତିର ହୋଇଥିବା ନେଇ ବିବାହକୁ ଅସ୍ଵୀକାର କରିଥିଲେ । ରିମାଙ୍କୁ ବିଷ ପିଇ ମରିଯିବାକୁ କହି ବିଷ ଆଣି ଦେଇଥିଲେ । ଶେଷରେ ପ୍ରେମିକା ରିମା ନିରାଶ ହୋଇ ସମୀର ଦେଇଥିବା ବିଷକୁ ଗତ ୧୯ ତାରିଖରେ ସମୀରଙ୍କ ଘରେ ପିଇଥିଲେ ବୋଲି ରୀମାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଗଡ଼ ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ରିମାଙ୍କର ମୃତ୍ୟୁ ହୋଇଛି । ତେବେ ମୃତଦେହ ଗାଁ’କୁ ସନ୍ଧ୍ୟା ୭ଟାରେ ପହଞ୍ଚିବା ପରେ ରିମାଙ୍କ ପରିବାର ନିଜ ଘରକୁ ଶବ ନ ଆଣି ସିଧାସଳଖ ସମୀରଙ୍କ ଘର ସମ୍ମୁଖରେ ଶବ ରଖି ସମୀରଙ୍କୁ ଗିରଫ କରିବା ନେଇ ଧାରଣା ଦେଇଥିଲେ । କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିମାଙ୍କ ପରିବାରକୁ ବୁଝାଶୁଝା କରିବା ସହ ଅଭିଯୁକ୍ତ ପ୍ରେମିକ ସମୀରକୁ ଗିରଫ କରିଛି ।