କୁଲତା ସମାଜର ବାର୍ଷିକ ସଭା ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

0
190
କୁଲତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୭/୦୪) : ବଲାଙ୍ଗୀର ଭଗବତୀ ନଗରସ୍ଥିତ କୁଲତା ସମାଜ କାର୍ଯ୍ୟାଳୟ ପରିସରରେ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

କୁଲତା ସମାଜର ସମ୍ପାଦକ ଶାନ୍ତନୁ କୁମାର ଭୋଇ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପଧାନ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ସଭାରେ ସଭ୍ୟ ରାହାସ ବିହାରୀ ମାଝୀ, ମଧୁ ସାହୁ , ଶାନ୍ତନୁ କୁମାର ପାତ୍ର, ସଂକର୍ଷଣ ପଧାନ, ବୃଷଭ ସା, ଟଙ୍କଧର ଗଡ଼ତ୍ୟା, ବୁଡୁ ପଧାନ, ରବୀନ୍ଦ୍ର ପଧାନ, ଜ୍ୟୋସ୍ନାମୟୀ ପଧାନ, କୁନ୍ତଳା ଗଡ଼ତ୍ୟା, ପ୍ରହଲ୍ଲାଦ ଭୋଇ, ଶ୍ରୀନିବାସ ସାହୁ ମତ ପ୍ରଦାନ କରିଥିଲେ । ନିର୍ବାଚନ ଅଧିକାରୀ ଯାଦବ ଭୋଇ ଦାୟିତ୍ୱ ନେଇ ଶେଷରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସଭାପତି ଭାବେ ରବୀନ୍ଦ୍ର କୁମାର ପଧାନ, ଉପସଭାପତି ବୁଡୁ ପଧାନ ଓ ଜ୍ୟୋସ୍ନାମୟୀ ପଧାନ, ସମ୍ପାଦକ ବିଦେଶୀ ପଧାନ, ସହ ସମ୍ପାଦକ ମଧୁ ସାହୁ, କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାରୀ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ସାହୁ, ଶାନ୍ତନୁ ପାତ୍ର, ବୃନ୍ଦାବନ ସାହୁ, ଶାନ୍ତନୁ କୁମାର ଭୋଇ ଓ ସୁଧୀର ଭୋଇଙ୍କୁ ରଖାଯାଇଛି । ଯୁବ ସଂଯୋଜକ ସୁଦର୍ଶନ ସାହୁ, ରାମଚନ୍ଦ୍ର ଭୋଇ, ସୁନୀଲ ମାଝୀ, ସଞ୍ଜିବ ସାମଲ, ସଞ୍ଜୟ ଶେଖର ଭୋଇ,ଗିରିଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।