ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳନ

0
140
ବରିଷ୍ଠ ସ୍ୱାଧୀନତା

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୧୮/୦୪) : ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପୁଣ୍ୟ ତିଥିରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା ।WhatsApp Image 2023 04 17 at 22.26.14 ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳନ

ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବିଶ୍ଵକର୍ମା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ପଦ୍ମପୁର ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଦ୍ମପୁର ବ୍ଳକ ବିଜେଡି ସଭାପତି ରବିନାରାୟଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ, ଯୁବ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ଦଳେଇ, ପଦ୍ମପୁର ବ୍ଳକ ଉପାଧ୍ୟକ୍ଷ ରମେଶ ସାହୁ, ଜିଲ୍ଲା ସ୍ୱତନ୍ତ୍ର ପରିଷଦ ସଦସ୍ୟ ହୁରୁଚୁଲା ମାଝୀ, ସହଦେବ ମାଣ୍ଡାଙ୍ଗୀ, ପୁର୍ବତନ ବ୍ଳକ ଅଧ୍ୟକ୍ଷ କୈଳାସ କ୍ରାଷ୍କା, ବରିଷ୍ଟ ନେତା ବ୍ରଜ ପାଣିଗ୍ରାହୀ, ଯୁବ ନେତା ବୁଲୁ ସାହ, କୀଶୋର ଚନ୍ଦ୍ର ସାହୁ ଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ, କର୍ମକର୍ତ୍ତା ଓ ନେତ୍ରୁବ୍ରୁନ୍ଦ ଗଣ ଯୋଗ ଦେଇ ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କ ଗୁଣ ଗାନ କରିବା ସହ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନବାବୁ ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଜନ ହିତକାର କାର୍ଯ୍ୟକ୍ରମ ଗୁଡିକୁ ତ୍ରୁଣମୁଳ ସ୍ତରରେ ପହଞ୍ଚାଇ ସାଧାରଣ ଲୋକଙ୍କ ସେବା କରିବା ଆମର କର୍ତ୍ତବ୍ୟ ଅଟେ ବୋଲି ନେତ୍ରୁବ୍ରୁନ୍ଦ ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ ।