ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମି ବୁଲି ଦେଖିଲେ

0
201
ରାୟଗଡା ବିଧାୟକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩/୩) : ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମି ବୁଲି ଦେଖିଲେ । ଗୋଷ୍ଠୀ ସଦସ୍ୟମାନଙ୍କର ଜୀବନରେ ରୂପାନ୍ତରଣ ଆଣିବା ଏବଂ ଅଞ୍ଚଳରେ ଏକ ପରିବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ (ୟୁଏଆଇଏଲ) ଏଣ୍ଟେରପ୍ରିନ୍ୟୋରସିପ ଡେଭେଲପ୍ମେଣ୍ଟ ଇନଷ୍ଟିଚ୍ୟୁତ ଅଫ ଇଣ୍ଡିଆ ସହଭାଗିତାରେ ପ୍ରୋଜେକ୍ଟ ଉଦ୍ୟମି ଆରମ୍ଭ କରିଛି, ଯାହା ସଫଳତାର ସହିତ କାଶୀପୁର ଏବଂ ଥୁଆମୂଳ ରାମପୁର ଅଞ୍ଚଳରେ ୧୩୮ ଟି ଉଦ୍ୟୋଗ ସ୍ଥାପନ କରିପାରିଛି ।WhatsApp Image 2023 03 04 at 06.39.32 1 ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମି ବୁଲି ଦେଖିଲେ

ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଏଥିପ୍ରତି ନିଜର ଆଗ୍ରହ ପ୍ରକାଶ କରିବା ସହିତ ଏହି ପ୍ରକଳ୍ପ ର ସ୍ୱତନ୍ତ୍ରତା ଏବଂ କାଶୀପୁର ଜନସାଧାରଣ ଙ୍କ ଜୀବନ ଉପରେ ଏହା କିଭଳି ପ୍ରଭାବ ପକାଉଛି ତାହା ଜାଣିବାକୁ ୨୦୧୩ ମାର୍ଚ୍ଚ ୨ ତାରିଖରେ ପ୍ରୋଜେକ୍ଟ ଉଦ୍ୟମି ପରିଦର୍ଶନ କରିଥିଲେ । ଜଣେ ବିଶିଷ୍ଟ ଅତିଥି ଭାବରେ ସେ ଉଦ୍ୟମିର ବିଜନେଓ ପ୍ଲାନ ଆପ୍ରେଜାଲ କମିଟି ବୈଠକରେ ଉପସ୍ଥିତ ରହିଥିବା ବେଳେ ତାଙ୍କ ସହିତ ଶ୍ରୀ ବିକାଶ ଚନ୍ଦ୍ର ବାଇନ, ଜିଏମ ଡ଼ିଆଇସି, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ (ସିଏସର, ସିଆର, ଆଣ୍ଡ ଏସ) , ୟୁଏଆଇଏଲ ଡଃ. ସୁବ୍ରତ ବିଶ୍ୱାଳ, ଡାଇରେକଟର,(ଇଡିଆଇଆଇ) ଏବଂ ଶ୍ରୀ ଦୀପକ ରାଜ, ବ୍ରାଞ୍ଚ ମ୍ୟାନେଜର, ଏସବିଆଇ ଟିକିରି ପ୍ରମୁଖ ଆପ୍ରେଜାଲ କମିଟି ସଦସ୍ୟ ଭାବରେ ଉପସ୍ଥିତ ଥିଲେ ।

ଉକ୍ତ କମିଟି ଆକାଂକ୍ଷୀ ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୩୬ଟି ବ୍ୟବସାୟିକ ଚିନ୍ତାଧାରାକୁ ଅନୁମୋଦନ କରିଛି । ସମସ୍ତ ଅନୁମୋଦିତ ବ୍ୟବସାୟିକ ଚିନ୍ତାଧାରାକୁ ଅଧିକ ବ୍ୟବସାୟିକ ଫଳପ୍ରସୂ ଉଦ୍ଦେଶ୍ୟରେ ପ୍ରୋଜେକ୍ଟ ଉଦ୍ୟମି ପକ୍ଷରୁ ସମର୍ଥନ ଯୋଗାଇ ଦିଆଯିବ । ତାଙ୍କର ସ୍ୱତନ୍ର ବକ୍ତବ୍ୟରେ ଶ୍ରୀ ମୁଦୁଲି ଉତ୍କଳ ଆଲୁମିନା ଏବଂ ଉଦ୍ୟମି ଟିମ୍କୁ ସେମାଙ୍କର ସଦୟ ପ୍ରୟାସ ନିମନ୍ତେ ହାର୍ଦ୍ଦିକ ପ୍ରସଂଶା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଏହି ଅନନ୍ୟ ଏବଂ ସମ୍ପୂର୍ଣ ନୂତନ ଧରଣର ପ୍ରୋଜେକ୍ଟ କେବଳ ଗୋଷ୍ଠୀଗୁଡିକର ସାମାଜିକ ଅର୍ଥନୈତିକ ମାନ୍ୟତାରେ ରୂପାନ୍ତରଣ ଆଣୁନାହିଁ, ତାହାସହିତ ଏହି ଅଂଚଳର ସ୍ଥାନୀୟ ଅର୍ଥନୀତି ର ବିକାଶ ଦିଗରେ ଅବଦାନ ରଖୁଛି । ଏହା ଉକ୍ତ ଅଂଚଳର ଅନେକ ପ୍ରବାସୀ ଏବଂ କୁଶଳୀ ଶ୍ରମ ନିଯୁକ୍ତି ସୁଯୋଗ ଯୋଗାଇଦେବ ବୋଲି ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ ।WhatsApp Image 2023 03 04 at 06.39.31 1 ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମି ବୁଲି ଦେଖିଲେ

ସେ ଉଦ୍ୟୋଗୀ ମାନଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ରୋଲ ମଡେଲ ହେବା ନିମନ୍ତେ ଉତ୍ସାହିତ କରିବା ସହିତ ସୁଉଦ୍ୟୋଗୀ ହେବା ନିମନ୍ତେ ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏଡିଆଇଆଇ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ଏବଂ ସମସ୍ତ ବ୍ୟାଙ୍କରକୁ ଏହି ଅଭିବୃଦ୍ଧି ଯାତ୍ରାର ଅଂଶ ବିଶେଷ ହୋଇଥିବାରୁ ସେମାନଙ୍କ ପ୍ରୟାସକୁ ଶ୍ରୀ ମୁଦୁଲି ପ୍ରଶଂସା କରିଥିକଲେ । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବିକାଶ ଚନ୍ଦ୍ର ବାଇନ, ଜିଏମ, ଡିଆଇସି, ଆଲୋକପାତ କରି କହିଥିଲେ ଯେ, ଉଦ୍ୟମି ପ୍ରୋଜେକ୍ଟ ଏହି ଧରଣର ସ୍ୱତନ୍ତ୍ର ଏବଂ ସମୁଦାୟ ସିଏସର କାର୍ଯ୍ୟକଳାପ ଗୁଡିକ ମଧ୍ୟରେ ଏହା ଏକ ଅନନ୍ୟ ପ୍ରୟାସ ହୋଇଛି ।

ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିପାରୁଥିବା ଉଦ୍ୟୋଗଗୁଡିକୁ ଉତ୍ସାହିତ କରିବା ଉପରେ ସେ ଜୋର ଦେଇଥିଲେ, ଯାହା ବଜାର ସଂଯୋଗୀକରଣକୁ ସୁଗମ କରିପାରିବ ଏବଂ ଉକ୍ତ ଅଂଚଳର ଆବଶ୍ୟକତା ପୂରଣ ସହିତ ସମାନ ସମୟରେ ନିଯୁକ୍ତି ସୁଯୋଗ ଯୋଗାଇଦେବ । ଶ୍ରୀ ରାଜେନ୍ଦ୍ର ନାଏକ ଙ୍କ ମଝିଗୌରୀ ୱେଲଡିଂ ୱାର୍କସପ ଏବଂ ଶ୍ରୀ ହୃଷିକେଶ ସାହୁଙ୍କର ମା ତାରା ତାରିଣୀ ମୁଢି ମିଲକୁ ଶ୍ରୀ ମୁଦୁଲି ଉଦ୍ଘାଟନ କରିଥିଲେ, ଯେଉଁଗୁଡିକ ପାଇଁ ପ୍ରୋଜେକ୍ଟ ଉଦ୍ୟମି ଦ୍ୱାରା ପ୍ରୋତ୍ସାହନ ଯୋଗାଇ ଦିୟା ଯାଇଛି । ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସମ୍ମାନନୀୟ ବିଧାୟକ ଏବଂ ଅନ୍ୟ ଅତିଥିମାନଙ୍କୁ ସେମାନଙ୍କ ଉପସ୍ଥିତି ଏବଂ ପ୍ରେରଣା ନିମନ୍ତେ କୃତଜ୍ଞନ୍ତ ଜ୍ଞାପନ କରିଥିଲେ ।

ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟେ ସଂସ୍ଥା ଭାବରେ ୟୁଏଆଇଏଲ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ପ୍ରସଙ୍ଗ ଗୁଡିକର ସମାଧାନ ଦିଗରେ ପରିପାଶ୍ୱିକ ଗ୍ରାମଗୁଡିକରେ ଏହାର ସିଏସଆର କାର୍ଯ୍ୟକ୍ରମଗୁଡ଼ିକ ରୂପାୟନ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି । ମୋଟ ଉପରେ ୟୁଏଆଇଏଲ ୮୪ଟି ଗ୍ରାମରେ ନିୟୋଜିତ ରହିବ ସହିତ ଓଡ଼ିଶାରେ ୩୦,୦୦୦ ରୁ ଅଧିକ ଜନସଂଖ୍ୟା କୁ ସେବା ଯୋଗାଉଛି ।