ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ

0
117
ଗାୟତ୍ରୀ ଫାର୍ମାସୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୦/୪) : ସ୍ଥାନୀୟ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଧରିତ୍ରୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏଥିରେ ଗାୟତ୍ରୀ ଫାର୍ମାସୀ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପରିବେଶ ସନ୍ତୁଳନ ଓ ପରିବେଶ ପାଇଁ ବୃକ୍ଷରୋପଣ କିପରି ଏକାନ୍ତ ଆବଶ୍ୟକ ତାହା ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏଥିସହ ସ୍ଥାନୀୟ ଅଗ୍ନିସମ ବିଭାଗ ତରଫରୁ ପରିବେଶକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇପାରିବ ତାହାକୁ ଏକ ଡେମୋ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏଥିରେ ଅଗ୍ନିସମ ବିଭାଗର ଫାଏର୍ ଫାଇଟର ପବିତ୍ର ସିଂ (ଏଲ୍ .ଏଫ୍. ଏମ୍) ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରିନ୍ସିପାଲ ଡଃ. ପ୍ରକାଶ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ଡଃ. କାହ୍ନୁଚରଣ ଚରଣ ପାଣିଗ୍ରାହୀ, ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ଏବଂ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଶୁଭେଚ୍ଛା ଜଣାଇବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ପ୍ରବର୍ତ୍ତାଇଥିଲେ ।