ସ୍ତ୍ରୀ ଓ ଝିଅ କୁ ରାଜ୍ୟ ବାହାରେ ମହିଳା ଦଲାଲ ଙ୍କ ବିକ୍ରୀ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି

0
85
ସ୍ତ୍ରୀ ଓ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୪) : ନିଜ ସ୍ତ୍ରୀ ଓ ଝିଅ କୁ ରାଜ୍ୟ ବାହାରେ ମହିଳା ଦଲାଲ ଙ୍କ ବିକ୍ରୀ ଅଭିଯୋଗ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦାଦନ ସମସ୍ୟା ସମାଧାନ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ମାନ ଲାଗୁ କରିଥିବା ସତ୍ତ୍ୱେ ଏହି ସମସ୍ୟା ସମାଧାନ ହୋଇ ପାରୁନି ।WhatsApp Image 2023 04 20 at 17.10.41 ସ୍ତ୍ରୀ ଓ ଝିଅ କୁ ରାଜ୍ୟ ବାହାରେ ମହିଳା ଦଲାଲ ଙ୍କ ବିକ୍ରୀ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ପଛୁଆ ଜିଲ୍ଲା ବା କେ.ବି.କେ ଜିଲ୍ଲା ଅନ୍ତର୍ଗତ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଶଗଡ଼ଘାଟ ଗ୍ରାମ ର ଜଣେ ମହିଳା ଦଲାଲ କିଛି ଯୁବକ ଙ୍କ ସହ ମିଶି ନିୟମିତ ଏହି ଥାନା ଅଞ୍ଚଳ ରୁ ଦାଦନ ଚାଲାଣ କରିଆସୁଛନ୍ତି । ସେହିପରି ଟିଟିଲାଗଡ ସହର ର ସ୍ଵାଧୀନପଡ଼ା ର ସୁଦାମ ସାହୁ ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ ସେବତୀ ସାହୁ ଓ ତାଙ୍କ ୧୯ ବର୍ଷୀୟା ଝିଅ ଦ୍ରୋପଦି ସାହୁ ସୁଦାମ ଙ୍କ ଶାଶୁଘର ଶଗଡଘାଟ କୁ ଯାଇଥିଲେ । ପ୍ରାୟ ଏକ ମାସ ହେବ ଉକ୍ତ ଦୁଇ ମାଆ ଓ ଝିଅ ଙ୍କୁ ନିକଟସ୍ଥ ମନିଗାଁ ନିବାସୀ ପ୍ରତିମା ସାହୁ ନାମ୍ନୀ ଜଣେ ମହିଳା ଦଲାଲ ଓ କିଛି ପୁରୁଷ ଦଲାଲ ମିଶି ସୁଦାମ ଙ୍କ ଅଜାଣତ ରେ ମିଶି ତାଙ୍କୁ ରାଜ୍ୟ ବାହାରକୁ ନେଇ ସେଠି ଛାଡି ଦେଇ ଫେରିଆସି ଥିଲେ । ନିଜ ସ୍ତ୍ରୀ ଓ ଝିଅ କୁ ରାଜ୍ୟ ବାହାରେ ମହିଳା ଦଲାଲ ଙ୍କ ବିକ୍ରୀ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି । କେଉଁ ଆଡେ ସେମାନେ ଗଲେ ଅବା କୋଉଠି କେମିତି ଅବସ୍ଥା ରେ ଅଛନ୍ତି ସେ ନେଇ ସୁଦାମ ଙ୍କୁ କିଛି ସୂଚନା ଉକ୍ତ ମହିଳା ଦଲାଲ ନ ଦେଇଥିବା ଜଣାଇଛନ୍ତି ।

ସେହିପରି ଉକ୍ତ ଗ୍ରାମ ଓ ଆଖ, ପାଖ ଅଞ୍ଚଳରୁ ଏହି ଭଳି ଦାଦନ ଶ୍ରମିକ ଭାବେ ଶ୍ରମିକ ନେଇ ସେଠି ଥିବା ଠିକାଦାର ଙ୍କ ଠାରୁ ଆଗତୁରା ମୋଟା ଅଙ୍କ ଆଣି ସେଠି ବନ୍ଧା ପକାଇ ଦେଉଥିବା ଓ ନିର୍ଯାତନା ର ଶିକାର ହେବା ଘଟଣା ଘଟି ଚାଲିଛି । ଏ ନେଇ ସୁଦାମ ସାହୁ ଟିଟିଲାଗଡ ପୋଲିସ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଠିକଣା ମୋତେ ଦିଆଯାଉ ବୋଲି ନିବେଦନ କରିଛନ୍ତି । ଉକ୍ତ ମହିଳା ଦଲାଲ ଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବା ବେଳେ ସୁଦାମ ଙ୍କ ଝିଅ କୁ ଦେଢ଼ ଲକ୍ଷ ଟଙ୍କା ରେ ଅନ୍ୟତ୍ର କାମ କରିବା ପାଇଁ ପଠେଇଥିବା ସେଠୁ ଫେରିଥିବା ଅନ୍ୟ କିଛି ଶ୍ରମିକ ସୂଚନା ଦେଇଛନ୍ତି । ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଘଟଣା କୁ ଗୁରୁତର ସହ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।