ମନ୍ କୀ ବାତ୍ ୧୦୦ତମ ଅଧ୍ୟାୟରେ ନୂଆ ମୁଦ୍ରା ପ୍ରଚଳନ ହେବ

0
91
ମନ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୨/୦୪) : ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ ର ୧୦୦ଟି ଏପିସୋଡ୍ ସମାପ୍ତ ହେବା ପରେ ୧୦୦ ଟଙ୍କାର ଏକ ନୂଆ ମୁଦ୍ରା ଜାରି କରାଯିବ

ଯେଉଁଥିରେ ‘ମନ୍ କି ୧୦୦’ ବୋଲି ଲେଖାଯିବ । ଏହା ସହିତ ଏହି ମୁଦ୍ରାରେ ଗୋଟିଏ ମାଇକ୍ରୋଫୋନ ଚିତ୍ର ୨୦୨୩ ସହ ଲେଖାଯିବ ବୋଲି ସୂଚନା ମିଳିଛି । ଚଳିତ ମାସ ଶେଷ ରବିବାର ଅଥାତ୍ ୩୦ ଏପ୍ରିଲରେ ଏହି କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ପ୍ରସାରିତ ହେବ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନାରେ କୁହାଯାଇଛି ଯେ, ଏହି ୧୦୦ ତମ ଅଧ୍ୟାୟ ପୂର୍ତ୍ତି ଲାଗି, କେବଳ ୧୦୦ଟଙ୍କିଆ ମୁଦ୍ରା ହିଁ ପ୍ରଚଳନ କରାଯିବ । ଯାହାର ଗୋଲେଇ ୪୪ ମିମି ହେବ । ଏହି ମୁଦ୍ରା ରୂପା, ତମ୍ବା ଓ ନିକେଲ ମିଶ୍ରଣରେ ପ୍ରସ୍ତୁତ ହେଉଛି । ଯାହାର ମୁଦ୍ରାର ସମ୍ମୁଖ ଭାଗ ମଝିରେ ଅଶୋକ ସ୍ତମ୍ଭର ସିଂହ ଅଙ୍କିତ ହେବ । ନିମ୍ନରେ ସତ୍ୟମେବ ଜୟତେ ବୋଲି ଲେଖାଯିବ । ମୁଦ୍ରାର ବର୍ଡର ବା କଡ଼ରେ ଭାରତ ଓ ଇଣ୍ଡିଆ ଯଥାକ୍ରମେ ହିନ୍ଦୀ ଓ ଇଂରାଜୀ ଅକ୍ଷରରେ ଲେଖାଯିବ । ମୁଦ୍ରାର ଶୀର୍ଷ ନିମ୍ନ ଭାଗରେ ₹ ଚିହ୍ନ ସହ ୧୦୦ ବୋଲି ଲେଖାଯିବ ।

ମୁଦ୍ରାର ଗୋଟିଏ ପାଖ କଥା ଜାଣିଲେ । ଅନ୍ୟପାଖରେ ମନ କୀ ବାତ୍ ୧୦୦ର ପ୍ରତୀକ ଚିହ୍ନ ରହିବ । ଯେଉଁଥିରେ ବେତାର ଧ୍ୱନି ତରଙ୍ଗ, ୨୦୨୩ ସହ ମାଇକ୍ରୋଫୋନର ଚିତ୍ର ଅଙ୍କିତ ହେବ । ମାଇକ୍ରୋଫୋନର ଉପର ଓ ତଳେ ଯଥାକ୍ରମେ ହୀନ୍ଦି ଓ ଇଂରାଜୀରେ ମନ କୀ ବାତ୍ ବୋଲି ଲେଖାଯିବ । ଏହି ମୁଦ୍ରାର ଓଜନ ୩୫ ଗ୍ରାମ ହେବ ବୋଲି କୁହାଯାଇଛି ।