ଅଟୋରେ ଆସି ବାଇକ ଚୋରି, ମୁଖ୍ୟ ଅଭିଯୁକ୍ତ ଗିରଫ

0
88
ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୪) : ଅଟୋରେ ଆସି ଇଡ଼କୋ ଟାୱାର ପାଖରୁ ବାଇକ ଚୋରି ହୋଇଥିବା ମାମଲା । ମୁଖ୍ୟ ଅଭିଯୁକ୍ତ ଦିଗବିଜୟ ପଟ୍ଟନାୟକ ଗିରଫ ହୋଇଥିବା ସୂଚନା ରହିଛି ।

ଚୋରି କରିଥିବା ୯ ବାଇକ ଜବତ । ଡୁପ୍ଲିକେଟ ଚାବି ଓ଼ ହ୍ୟାଣ୍ଡେଲ ଲକ ଭାଙ୍ଗି ଚୋରି କରନ୍ତି ଦିଗବିଜୟ । ବାଇକ ମାଲିକଙ୍କ ହେଲମେଟ ପିନ୍ଧି ବାଇକ ଚୋରି କରୁଥିଲେ । ଗାଁରେ ଗାଡି ବନ୍ଧା ରଖି ଟଙ୍କା ନେଉଥିଲେ । ଦିଗବିଜୟଙ୍କ ସହ ଅନ୍ୟ କିଛି ସହଯୋଗୀ ଫେରାର ଥିବା ସୂଚନା ରହିଛି । ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ । ଏଥିରେ ଆଉ କିଏ କିଏ ସାମିଲ ରହିଛନ୍ତି ତାର ତଦନ୍ତ କରୁଛି ପୋଲିସ ।