ଅର୍ଦ୍ଧନିର୍ମିତ ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର, ତଦନ୍ତ ଜାରି

0
83
ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୨/୦୪) : ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର । ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି ।

କାଦପଡା ଗାଁ’ର ଅର୍ଦ୍ଧନିର୍ମିତ ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ନାବାଳକ ଜଣକ କାଦପଡା ବଡଦାଣ୍ଡ ସାହିର ଶିବରାମ ପଣ୍ଡା ଏବଂ ଉଷାରାଣୀ ପଣ୍ଡାଙ୍କ ବଡପୁଅ ବିଘ୍ନରାଜ ପଣ୍ଡା ବୋଲି ଜଣାପଡିଛି । ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ ବିଘ୍ନରାଜ । ତେବେ ପୋଖରୀ ନିକଟରୁ ତାଙ୍କ ସାଇକେଲ ମିଳିବା ପରେ ଆଖପାଖରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ପରେ ପୋଖରୀ ଭିତରୁ ପୋତାଯାଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଏହାସହ ତଦନ୍ତ ଆରମ୍ଭ କରିଛି ।