Friday, March 29, 2024

Top 5 This Week

Related Posts

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ପାଇଲା ଦେଶର ଶ୍ରେଷ୍ଠ ଦ୍ୱିତୀୟ ଥାନା ପୁରସ୍କାର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୧୧) : ଓଡ଼ିଶା ର ଏକମାତ୍ର ଥାନା ଭାବେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ଶ୍ରେଷ୍ଠ ଦ୍ୱିତୀୟ ଥାନା ଭାବେ ଘୋଷାଣା ହେବା ପରେ ଆଜି ଥାନା ଧିରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି । ପୁରସ୍କାର ଗ୍ରହଣ ଉତ୍ସବରେ ରାଜ୍ୟ ପୁଲିସ୍ ଡିଜି ଅଭୟ ଉପସ୍ଥିତ ଥିଲେ । 

ଓଡ଼ିଶାର ଏକମାତ୍ର ଥାନା ଭାବେ ଏହି ଥାନା ଚୟନ ହୋଇ ରାଜ୍ୟ ଓ ଜିଲ୍ଲା ଗୌରବ ବୃଦ୍ଧି କରିପାରିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀର ସଦର ଥାନା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଓଡ଼ିଶା ର ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଏବଂ ତୃତୀୟ ସ୍ଥାନରେ ହରିଆନା ର ଫରିଦାବାଦ ଥାନା ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ନୌରେ ଦେଶର ସମସ୍ତ ରାଜ୍ୟର ଡିଜିପି ମାନଙ୍କୁ ନେଇ ସମ୍ମିଳନୀ ଚାଲିଛି । ଏହି ଅବସରରେ ଏହି ଗାଙ୍ଗପୁର ଥାନା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସର୍ଭେର ପ୍ରାରମ୍ଭିକ ପର୍ଯ୍ୟାୟରେ ସିସିଟିଏନଏସ୍ ପୋର୍ଟାଲ ରେ ତଥ୍ୟ ପଞ୍ଜୀକରଣ ଆଧାରରେ ଦେଶର ୭୨ ଟି ଭଲ ଥାନା କୁ ଚୟନ କରାଯାଇଥିଲା । ଏଥିରେ ରାଜ୍ୟ ରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଏବଂ ସୋରଡ଼ା ଥାନା ରହିଥିଲା । ଏହାପରେ କେନ୍ଦ୍ରରୁ ଏକ ଟିମ୍ ଆସି ବିଭିନ୍ନ ମାନଦଣ୍ଡରେ ସରଜମିନ୍ ତଥ୍ୟ ସଂଗ୍ରହ ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।

ଥାନା ର ସ୍ୱଚ୍ଛତା, ପରିମଳ ଓ ଉତ୍ତମ ପରିବେଶ ସହ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା, ଶୌଚାଳୟ, ଶିଶୁ ଓ ମହିଳା ଡେସ୍କ୍ ସହ ଆଇପିସି ମାମଲା ଓ ଥାନାରେ ପଞ୍ଜୀକୃତ ହେଉଥିବା ସମସ୍ତ ମାମଲା ତଦନ୍ତ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ । ସେହିପରି ଗାଙ୍ଗପୁର ଥାନାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତମାନର ଭିତ୍ତିଭୂମି ସର୍ଭେ ଟିମ କୁ ବେଶ୍ ପ୍ରଭାବିତ କରିଥିଲା । ସମସ୍ତ ତଥ୍ୟକୁ ଆଧାର କରି ଦେଶର ଶ୍ରେଷ୍ଠ ତିନି ଥାନା ଭିତରେ ଗାଙ୍ଗପୁର କୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ଏହି ଟ୍ରଫି ପାଇବାରେ ପରେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାଶ, ଏହି ସଫଳତା ପାଇଁ ଜିଲ୍ଲା ଏସ୍ପି ବ୍ରିଜେଶ କୁମାର ରାୟଙ୍କ ପ୍ରେରଣା, 5T ଆଧାରରେ କାର୍ଯ୍ୟଧାରା ପରିବର୍ତ୍ତନ ସହ ଲୋକ ଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ସହ ଥାନା ର ପ୍ରତିଟି କ୍ଷେତ୍ରରେ ସଠିକ୍ ସମୟରେ କାର୍ଯ୍ୟ ଶେଷ କରିବା ସହାୟକ ହୋଇପାରିଛି । ପ୍ରତ୍ୟକ୍ଷ ଭାବେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ସହଯୋଗରେ ଥାନା କାର୍ଯ୍ୟ ପରିଚାଳନା କରିବା ଅତି ସହଜ ହୋଇପାରିଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Popular Articles