ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମାଛ ଜାଲ ବେପାରୀ

0
83
ମୃତ୍ୟୁ ମୁଖରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୩/୦୪) : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମାଛ ଜାଲ ବେପାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟରେ ।

ସୂଚନା ପ୍ରକାରେ ଏକ ଡଷ୍ଟ୍ ବୋଝେଇ ହାଇୱା ଗାଡ଼ି(OD 02 AT 2877) ୫୯ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତା ବାଲିଗୁଡ଼ା ବଜାର ମଧ୍ୟରେ ଅତିକ୍ରମ କଲା ବେଳେ ହଠାତ୍ କୌଣସି କାରଣରୁ ରାସ୍ତା ପାର୍ଶ୍ଵରେ ବସି ମାଛ ଜାଲ ବେପାର କରୁଥିବା ଏକ ଜାଲ ବେପାରୀ ଉପରେ ହାଇୱା ଟ୍ରକଟି ଚଢ଼ି ଯାଇଥିଲା । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମାଛ ଜାଲ ବେପାରୀ । ଗୁରୁତର ଆହତ ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ କଲିକତା ନିବାସୀ ଡିଜେନ ମଣ୍ଡଳ ବୟସ ୬୦ । ଡ୍ରାଇଭର କୁ ଅଟକ ରଖିଛି ବାଲିଗୁଡ଼ା ପୋଲିସ