ଏପ୍ରିଲ ୨୨,୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ପୂର୍ବାନୁମାନ

0
89
ଏପ୍ରିଲ ୨୨,୨୩

ରିପୋର୍ଟ : ଓଡିଶା ନେବତ୍ସ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୪) : ଏପ୍ରିଲ ୨୨,୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ପୂର୍ବାନୁମାନ । ତାମାନେ ଆପଣଙ୍କୁ ସମ୍ପୁର୍ଣ୍ଣ ଆସ୍ୱସ୍ଥି ମିଳିଛି ଏ କଥା ଆଦୌ ଭାବନ୍ତୁ ନାହିଁ । ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପ୍ରିଲ ୨୨,୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ଓ ପବନର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ତିନିଦିନ ବିଜୁଳି ଘଡ଼ଘଡ଼ି ମାଡ଼ ସହ କୁଆପଥର ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି ଏହି ତିନିଦିନ କୁଆପଥର ମାଡ଼ ହେବାର ସମ୍ଭାବନା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଏପ୍ରିଲ ୨୦ ତାରିଖ ବେଳକୁ ପ୍ରବଳ ଗ୍ରୀସ୍ମ ପ୍ରବାହରେ ଜଳୁଥିଲା ଟ୍ୱିନ ସିଟି । ବେଳେ ବେଳେ ଦିନ ୨.୩୦ ସୁଦ୍ଧା ରାଜଧାନୀରେ ଦିନ ତାପମାତ୍ରା ୪୨.୬ ଡିଗ୍ରୀ ଟପି ଯାଉଥିଲା । ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ଝାରସୁଗୁଡା, ଏବଂ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ହେଲେ ଗତକାଲି ହଠାତ୍ ପାଗର ମିଜାଜ ବଦଳି ଯାଇଥିଲା । ଦିନବେଳେ ପବନ ବହିବା ସହ ଝିପଝିପ ବର୍ଷା ଅନୁଭୂତ ହୋଇଥିଲା ।