ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷକ ଦିବସ ପାଳିତ 

0
112
ପବିତ୍ର ଅକ୍ଷୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୪) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗାଦିଆଖଳା ପଞ୍ଚାୟତ ଅଧିନସ୍ଥ ପ୍ରଧାନିଗୁଡା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ମହା ସମାରୋହରେ ପାଳିତ ହୋଇଛି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଏ । ପୌରାଣିକ କଥାବସ୍ତୁ ରୁ ଜଣାଯାଏ ଯେ, ଏହି ଦିନ ବିନା ପଞ୍ଜିକାରେ ଯେ କୌଣସି କାର୍ଯ୍ୟ ଅନୁକୂଳ କରାଯାଏ । ମାନ୍ୟତା ଅନୁସାରେ ଆଜିର ଦିନରେ ଯେଉଁ କାର୍ଯ୍ୟ କରାଯାଇଥାଏ ତାହା ଅକ୍ଷୟ ହୁଏ । ତେଣୁ ଚାଷି ଭାଇ ଆଜିର ଦିନରେ ନିଜ ଜମିରେ ଚାଷ କାର୍ଯ୍ୟ ଅନୁକୂଳ କରିଥାଏ । ମାଁ ଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜ ଜମିରେ ଅଖିମୁଠି ଅନୁକୂଳ କରିଥାଏ । ଆଜି ପଧାନିଗୁଡା ଗ୍ରାମରେ ଶତାଧିକ ଚାଷି ଏକତ୍ରିତ ହୋଇ ଅକ୍ଷୟ ତୃତୀୟା ମହା ସମାରୋହରେ ପାଳନ କରିଛନ୍ତି । ଭୂମି ପୂଜା ପରେ ପାରମ୍ପରିକ ପଦ୍ଧତିରେ ହଳବଳଦ ସାହାଯ୍ୟରେ ଚାଷକରି ବିହନ ଵୁଣିଥିଲେ । ଏହି ଉତ୍ସବରେ ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର ଉପସ୍ଥିତ ରହି ପୂଜା କାର୍ଯ୍ୟ ସମାପନ କରିଥିଲେ । ବରିଷ୍ଠ ଆଇନଜୀବି ଦେବୀ ଆଚାର୍ଯ୍ୟ, ବ୍ଲକ କୃଷି ଅଧିକାରୀ ସୁଜାତା ନିଶଙ୍କ, ବ୍ଲକ ପଶୁ ଚିକିତ୍ସା ଅଧିକାରୀ ରାଧାଶ୍ୟାମ ଦାସ, ବ୍ଲକ ଉଦ୍ୟାନ ଅଧିକାରୀ ସତ୍ୟବ୍ରତ ସାହୁ , ଆତ୍ମା ଚେୟାରମେନ ରାଜେନ୍ଦ୍ର ନିମାଲୁ, ସହକାରୀ ପଶୁ ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଜିର ଏହି ପବିତ୍ର ଦିବସର ମହତ୍ତ୍ଵ ଚାଷିମାନଙ୍କୁ ବୁଝାଇଥିଲେ ।