KBS ନାମକ ସ୍କୁଲ କାର୍ଯ୍ୟାଳୟର ଶୁଭ ଉଦଘାଟନ

0
196
KBS

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୪) : KBS ନାମକ ଏକ higher secondary ସ୍କୁଲ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ଅନୁଷ୍ଠିତ କାର୍ଯ୍ୟାଳୟ ଟି ରାୟଗଡା ସହର ଜଗନ୍ନାଥ ମନ୍ଦିର ଯିବା ରାସ୍ତାରେ ଖୋଲାଯାଇଛି ।

ଉକ୍ତ ସ୍କୁଲରେ ଆର୍ଟ୍ସ ଏବଂ ସାଇନ୍ସ ପାଠ ପଢା ନିମନ୍ତେ ନାମ ଲେଖା ଆରମ୍ଭ ହୋଇଯାଇଛି । ସ୍କୁଲ ର ପରିଚାଳନା ନିର୍ଦ୍ଧେଶକ ଡ଼କ୍ଟର ଅଶୋକ କୁମାର ମିଶ୍ର ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଦ୍ଧି ବଦ୍ଧ ଭାବେ ପୂଜାର୍ଚନା କରିଥିଲେ । କାର୍ଯ୍ୟଳୟ ଦାୟିତ୍ୱ ରେ ଥିବା ସଦାଶିବ ମିଶ୍ର, ଧୀରେନ୍ଦ୍ର ମିଶ୍ର, ଏବଂ ପ୍ରମୁଖ ଉପସ୍ଥିତ ରହି ସ୍କୁଲର ଉନ୍ନତି ଓ ମଙ୍ଗଳ କାମନା କରି ଦେବି ଦେବତାଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଚଳିତ ବର୍ଷ ଦଶମ ଖାତା ଦେଖା ପ୍ରାୟ ସରିବାକୁ ଥିଲା ବେଳେ, ବର୍ତ୍ତମାନ ଏହି ସ୍କୁଲ ଖୋଲିବା ପାଠକ ପାଠିକା ଙ୍କ ନିମନ୍ତେ ଏକ ନୂଆ ସୁବର୍ଣ୍ଣ ସୁଯୋଗ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହି ସ୍କୁଲକୁ ନେଇ ଭାରି ଉତ୍ସାହ ଦେଖିବାକୁ ମିଳୁଛି । ସାଇନ୍ସ ପଢିବା ନିମନ୍ତେ ଅନେକ ସ୍ଥାନରେ ଛାତ୍ର ଛାତ୍ରୀ ନିରାଶ ହୋଇ ଫେରୁଥିବା ବେଳେ KBS ସ୍କୁଲ ସେମାନଙ୍କ ନିମନ୍ତେ ଆଶାର ଆଲୋକ ସୃଷ୍ଟି କରିବ ବୋଲି କହିଛନ୍ତି ।