ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
134
ରାୟଗଡା ସ୍ୱୟଂ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨ା୪) : ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି ।WhatsApp Image 2023 04 02 at 20.29.51 1 ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବିଭାଗ ମୁଖ୍ୟ ଶ୍ରୁତିଦିପାଳୀ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ପ୍ରସନ୍ନକୁମାର ଗନ୍ତାୟତ ଯୋଗ ଦେଇଛନ୍ତି । ସମ୍ମାନୀତ ଅତିଥୀ ଭାବେ ମହାବିଦ୍ୟାଳୟ ଆଇଆରପିଏମ ବିଭାଗ ମୁଖ୍ୟ ଦୀପିକା ପଟ୍ଟନାୟକ, ଭୂଗୌଳ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ସ୍ନାତକ ଶେଷ ବର୍ଷ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସଭାରେ ଉଦବାଧନ ଦେଇ ଅଧ୍ୟକ୍ଷ ଡଃ.ଗନ୍ତାୟତ କହିଛନ୍ତି ଯେ, ଛାତ୍ରଛାତ୍ରୀ ଜୀବନରେ ଦୃଢ ଅଧ୍ୟାବସାୟ ହେଉଛି ସଫଳତାର ଚାବିକାଠି । ତେଣୁ ସ୍ନାତକ ଶିକ୍ଷା ଶେଷ ପରେ ଉଚ୍ଚ ଶିକ୍ଷା ହାସଲ କରିବା ସମସ୍ତ ଶିକ୍ଷାର୍ଥୀଙ୍କ ଅଭିଳାଷ ହେବା ଉଚିତ । ଏଣୁ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପନା ପାଇଁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉତିର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଉଚ୍ଚ ଶିକ୍ଷା ହାସଲ ପରେ ପେଶାଦାର ଜୀବନରେ ସଫଳ ହେବା ସହ ସମାଜରେ ଭଳ ମଣିଷ ରୂପେ ବିବେଚିତ ହୋଇ ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକଙ୍କୁ ଗୌରାନ୍ୱିତ କରିବାକୁ ଡଃ.ଗନ୍ତାୟତ ସଭାରେ ମତବ୍ୟକ୍ତ କରିଛନ୍ତି । ତେବେ ଛାତ୍ରଛାତ୍ରୀ ମହାବିଦ୍ୟାଳୟରୁ ଉତ୍ତିର୍ଣ୍ଣ ହେବା ପରେ ଶିକ୍ଷକ ଏବଂ ଶୁଭାକାଂଙ୍ଖିଙ୍କ ପରାମର୍ଶକ୍ରମେ ଜୀବନରେ ଆଗକୁ ବଢିଲେ ସଠିକ ମାର୍ଗଦର୍ଶନ ପାଇପାରିବେ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ସେହିପରି ବିଭାଗୀୟ ମୁଖ୍ୟ ସୁଶ୍ରୀ ସାମଲ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ହାସଲ ପାଇଁ ଅଧିକ ଅଧ୍ୟନ କରିବାକୁ ପ୍ରବର୍ତ୍ତାଇଛନ୍ତି । ଅନୁରୂପ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟରେ ଅତିବାହିତ କରିଥିବା ଅନୁଭୂତି ସଂମ୍ପର୍କରେ ସଭାରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ନାତକ ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପରିଚାଳନା କରିଛନ୍ତି ।