ବାଲ୍ୟବିବାହ ନିଷେଧ ପାଇଁ ଟ୍ରାସ୍କଫୋର୍ସ କମିଟି ର କାର୍ଯ୍ୟକ୍ରମ ଅନୁଷ୍ଠିତ 

0
257
ବାଲ୍ୟବିବାହ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୦୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସମନ୍ୱିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ର ସଭା ଗୃହରେ ଶିଶୁ ମାନଙ୍କ ପାଇଁ ଦିନଟିଏ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା କମିଟି ତଥା ବାଲ୍ୟବିବାହ ନିଷେଧ ଟ୍ରାସ୍କଫୋର୍ସ କମିଟି ଓ ଶିଶୁମାନଙ୍କର ସମସ୍ୟାର ସଚେତନତା କାର୍ଯ୍ୟକ୍ରମ ବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ମମତା ରାଣୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ମୂଖ୍ୟ ଅତିଥି ଭାବେ ବିଡ଼ିଓ ସୁନୀଲ ଖରା ରହିଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଥାନା ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ସ୍ୱାସ୍ଥ୍ୟ ବିଭାଗର ବ୍ଲକ ପ୍ରୋଗ୍ରାମ ଅଧିକାରୀ କୈଳାଶ କୁମାର ନାୟକ, ସରପଞ୍ଚ ଗୌତମ ବାରଲି ମଞ୍ଚାସିନ ରହିଥିଲେ । ଏଥିରେ ବ୍ରାହ୍ମଣ, ଗୌଡ଼, ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଲୋକମାନେ ସମେତ ଦୁଇଜଣ କିଶୋରୀ ବାଳିକା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହିଥିଲେ । ବାଲ୍ୟବିବାହ କିପରି ରୋକାଯାଇ ପାରିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ମଞ୍ଚାସିନ ଅଧିକାରୀ ମାନେ ବାଲ୍ୟ ବିବାହ କେମିତି ରୋକାଯାଇ ପାରିବ ଉପସ୍ଥିତ ସମସ୍ତ ଲୋକଙ୍କୁ ବୁଝାଇବା ସହ ସମସ୍ତେ ମିଳିମିଶି ଗାଁ ଗାଁ’ରେ ବୁଲି ସଚେତନତା କରିବା ପାଇଁ କହିଥିଲେ । ସମସ୍ତ ଜାତିର ମୁଖ୍ୟାମାନଙ୍କୁ ମଧ୍ଯ ଏହାର ଦାୟିତ୍ଵ ଦେଇଥିଲେ । ଯଦି ଯେଉଁଠାରେ ବାଲ୍ୟ ବିବାହ ହେବାକୁ ଯାଉଥିବ ତାହାକୁ ତୁରନ୍ତ କେମିତି ରୋକାଯାଇପାରିବ ତାହାକୁ ନଜର ରଖିବାକୁ ପଡିବ ବୋଲି ଉପସ୍ଥିତ ଲୋକଙ୍କୁ ଅଧିକାରୀ ମାନେ କହିଥିଲେ ।