ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୧୨୩ ପୋଲିସ

0
82
ରାଜ୍ୟରେ ପ୍ରତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୪) : ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୧୨୩ ପୋଲିସ । ଚାପରେ କାମ କରୁଛି ଓଡିଶା ପୋଲିସ । ଆଇନ ଶୃଙ୍ଖଳା ଓ ଅପରାଧିକ ତଦନ୍ତ ପାଇଁ ରାଜ୍ୟରେ ନାହାଁନ୍ତି ପର୍ଯ୍ୟାପ୍ତ ପୋଲିସ ।

୨୦୨୨ ରେ ପ୍ରକାଶିତ ପୋଲିସ ଗବେଷଣା ଉନ୍ନୟନ ବ୍ୟୁରୋ ବା ବିପିଆରଡି ରିପୋର୍ଟ । ଯେଉଁଥିରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ଦେଶରେ ପୋଲିସ ସଂଖ୍ୟା ୧୯୬.୨୩ । ବଡ କଥା ହେଉଛି ଦେଶ ତୁଳନାରେ ଜନ ସଂଖ୍ୟା ଅନୁସାରେ ପୋଲିସ ନିଯୁକ୍ତିରେ ଢ଼େର ପଛରେ ପଛରେ ଓଡିଶା । ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ମଞ୍ଜୁରୀ ପ୍ରାପ୍ତ ପଦବୀ ୧୪୭.୭୬ ଥିବା ବେଳେ ଅଛନ୍ତି ଅଛନ୍ତି ୧୨୨.୫୯ ପୋଲିସ । ଏହାର ଅର୍ଥ ରାଜ୍ୟରେ ୮୧୩ ଜଣ ଲୋକଙ୍କୁ ଜଗୁଛି ମାତ୍ର ଜଣେ ପୋଲିସ । ଗୃହ ବିଭାଗ ତଥ୍ୟ ଅନୁସାରେ ରାଜ୍ୟ ରେ ୨୦୨୧ ତୁଳନାରେ ୨୦୨୨ରେ ପ୍ରାୟ ୧୪ ପ୍ରତିଶତ ଧର୍ତବ୍ୟ ଅପରାଧ ବୃଦ୍ଧି ପାଇଛି । ବଡ କଥା ହେଉଛି ମୋଟ ମାମଲା ଭିତରୁ ଦଣ୍ଡ ବିଧାନହାର ମାତ୍ର ୧୦ ପ୍ରତିଶତ । ଏପରିକି ପ୍ରାୟ ୩୩ ପ୍ରତିଶତ ମାମଲାରେ ଚାର୍ଜସିଟ ଦାଖଲ କରି ପାରିନି ପୋଲିସ । ଏଭଳି ସ୍ଥିତି ରେ ଆଇନଜୀବୀ ଙ୍କ ମତ ଜଣେ ତଦନ୍ତକାରୀ ଅଫିସର ଉପରେ ମାତ୍ରାଧିକ ମାମଲାର ଚାପ ଯୋଗୁଁ ତଦନ୍ତ ସହ ଅପରାଧୀକୁ ଦୋଷୀ ସାବ୍ୟସ୍ଥ କରିବାରେ ବିଳମ୍ବ ହେଉଛି । ରାଜ୍ୟରେ ଆଇନଶୃଙ୍ଖଳା ଓ ଅପରାଧୀକ ତଦନ୍ତ ପାଇଁ ପୋଲିସ କୁ ଅଲଗା କରାଯାଇନଥିବା ବେଳେ ଉଭୟ କାର୍ଯ୍ୟରେ ନିୟୋଜିନ ପୋଲିସ ଉପରେ ଅଧିକ ଚାପ ପକାଉଛି ।