ଗୁଣପୁରରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅନୁଷ୍ଠିତ

0
111
ଗୁଣପୁରରେ ସଙ୍କୁଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୬/୪) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଓ ରାୟଗଡା ଜିଲ୍ଲା ସ୍ତରୀୟ ବିଦ୍ୟା ମନ୍ଦିର ବିଭାଗ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟ ଶାଳା ସନ୍ଧ୍ୟା ସମୟରେ ଉଦ୍ଘାଟନ ହୋଇଯାଇଛି ।WhatsApp Image 2023 04 26 at 08.47.14 ଗୁଣପୁରରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅନୁଷ୍ଠିତ

ତ୍ରିଦିବସୀୟ ଗୁଣପୁରରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆସନ୍ତା ତା୨୮/୪/୨୩ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଉଦ୍ଘାଟନ ଉତ୍ସବରେ ପୂର୍ବତନ ସଂକୁଳ ପ୍ରମୁଖ ତଥା ସମାଜସେବୀ ଶ୍ରୀ ମନୋରଂଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ଉପସଭାପତି ଶ୍ରୀ ମୀନକେତନ ପଣ୍ଡା ଓ ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଏତଦବ୍ୟତୀତ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ସଂଭାଗ କୋରାପୁଟ ବିଭାଗର ନିରୀକ୍ଷକ ଶ୍ରୀ ସୁବ୍ରତ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପ୍ରତିପାଦନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ। ଶ୍ରୀ ମତୀ ମମତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ୟ ବକ୍ତା ଭାବେ ସଂଘର ପୂର୍ବତନ ରାୟଗଡ଼ା ଜିଲ୍ଲା ବୌଦ୍ଧିକ ପ୍ରମୁଖ ତଥା ଜଣେ ଆଦର୍ଶ ଶିକ୍ଷକ ଶ୍ରୀ ଗଣେଶ ମାଳି ହିନ୍ଦୁ ଜୀବନ ଶୈଳୀ ଓ ବୈଜ୍ଞାନିକତା ବିଷୟରେ ମାର୍ଗ ଦର୍ଶନ କରିଥିଲେ ।