୧୬୦ ଲିଟର ବେଆଇନ ଦେଶୀ ମଦ ସହ ଗୋଟିଏ ବାଇକ ଜବତ

0
70
୧୬୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୬/୦୪) : ୧୬୦ ଲିଟର ବେଆଇନ ଦେଶୀ ମଦ ସହ ଗୋଟିଏ ବାଇକ ଜବତ ।ଗଞ୍ଜାମରେ ବଢ଼ି ଚାଲିଛି ଚୋରା ମଦ କାରବାର । ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରହିଛି ।

ଖଲ୍ଲିକୋଟ ଅବକାରୀ ଥାନା ପକ୍ଷରୁ ଚଢ଼ାଉ ସମୟ ରେ ୧୬୦ ଲିଟର ବେଆଇନ ଦେଶୀ ମଦ ସହ ଗୋଟିଏ ବାଇକ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଥିବା ତୁଳସୀପୁର ଗ୍ରାମର ଭିଲୁ ପାହାନ ଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ସହଯୋଗୀ ଫେରାର । ଗୁହାରିଆପାଟ ଠାରୁ ଏହି ମଦ ଅଣା ଯାଉଥିବା ବେଳେ ଗତକାଲି ରାତି ରେ ଖଲ୍ଲିକୋଟ ବ୍ଳକ କାର୍ଯ୍ୟାଳୟ ନିକଟ ରେ ମାଡି ବସିଥିଲା ଅବକାରୀ ବିଭାଗ ପୋଲିସ । ଏହି ଚଢ଼ାଉ ବେଳେ ଖଲ୍ଲିକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଡି କାମେଶ୍ବର, ସନ୍ତୋଷ ପାଢ଼ୀଙ୍କ ସହ କନେଷ୍ଟବଳ ଏସ ପର୍ଶୁରାମ ରେଡ୍ଡୀ, ପ୍ରମୁଖ ସାମିଲ ଥିଲେ ।