ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ

0
89
ବିଶ୍ଵ ପ୍ରାଣୀ ଚିକିତ୍ସା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୪) : ରାୟଗଡ଼ା ଜିଲ୍ଲା ରେ କଲ୍ୟାଣସିଂହପୁର ବ୍ଲକ ର ଦେବଗିରି ଗୋଶାଳା ରେ ବିଶ୍ଵ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହେଇଥିଲା ।

ଉକ୍ତ ଶିବିରରେ ଗୋଶାଳା ର ସମସ୍ତ ଗାଈ ଗୋରୁ ମାନଙ୍କୁ ଟୀକା କରଣ ଓ ସ୍ଵାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ଔଷଧ ମାନ ପ୍ରଦାନ କରାଯାଇ ଥିଲା । ଗୋଶାଳା ର ସମସ୍ତ ଗାଈ ଗୋରୁ ମାନଙ୍କୁ ଫଳ, ବିଭିନ୍ନ ପ୍ରକାର ପନି ପରିବା ଓ ଘାସ ଖାଇ ବାକୁ ଦିଆ ଯାଇଥିଲା । ଏହା ବ୍ୟତୀତ ଗୋଶାଳା ଠାରେ ଚାଷୀ ମାନଙ୍କୁ ନେଇ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପ ଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଉକ୍ତ ଉତ୍ସବ ରେ କଲ୍ୟାସିଂହପୁର ର ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ କୃଷି ଯାନ୍ତ୍ରିକ ଅଧିକାରୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାୟଗଡ଼ା, ଜିଲ୍ଲା ଅତିରିକ୍ତ ପ୍ରାଣୀ ମଙ୍ଗଳ ଅଧିକାରୀ ରାୟଗଡ଼ା, ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ କଲ୍ୟାସିଂହପୁର, ସିକରପାଇ ପ୍ରାଣୀ ଚିକିତ୍ସକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ କଲ୍ୟାଣ ସିଂହପୁର, ଜିଲ୍ଲା ନିଦାନ ପରୀକ୍ଷାଗାର ଅଧିକାରୀ ରାୟଗଡ଼ା, ଏବଂ ବିଭାଗର ଅନାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଗୋଶାଳା ଟ୍ରଷ୍ଟ ର ବିଭିନ୍ନ ସଦସ୍ୟ ବୃନ୍ଦ ତଥା କର୍ମୀ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ଭାବେ ସମ୍ପାଦିତ ହୋଇଥିଲା ।