ବଜ୍ରପାତ ରେ ଜଣେ ମୃତ୍ୟୁ

0
558
ବଜ୍ରପାତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗତ କାଲି ଅପରାହ୍ନରେ ବଜ୍ରପାତ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଏତଲା ଅନୁସାରେ ଗତକାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ଘଡଘଡି ସହ କୁଆପଥର ମାଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଉକ୍ତ ବ୍ଲକର ସେରିଗୁମ୍ମା ପଞ୍ଚାୟତର ଲାମ୍ବେରୀ ଗ୍ରାମର କୃଷ୍ଣ ନାଚିକା ଙ୍କ ଭଉଣି ଫୁଲମତି ମାଣ୍ଡିକା (୩୧) ଚାଷ ଜମିରେ ଥିବା କୁଡ଼ିଆ ଘରେ ରହିଥିଲା । ଅପରାହ୍ନ ୫ଟା ସମୟରେ ବଜ୍ରପାତ ମାରିଥିଲା ତାହା ନିକଟରେ ପଡିଥିବା ଯୋଗୁଁ ତାର ପ୍ରଭାବରେ ଆଘାତ ହୋଇପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା । ତାକୁ ଗ୍ରାମ ବାସୀ ସହାୟତାରେ ଆଣି ଗୋବର ଖତରେ ପୋତି ଦେଇଥିଲେ । ଭଉଣୀର ମୃତ୍ୟୁ ରେ କାହାର ଅଭିଯୋଗ ନାହିଁ ବୋଲି ଥାନାରେ ଲିଖିତ ଅଭିଯୋଗ ପରିବାର ପକ୍ଷରୁ ଦେଇଛନ୍ତି । ଏହାକୁ ନେଇ ଥାନା ଏସଆଇ ଶିବ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଜବତ କରି ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ତହସିଲଦାର ସୁଧକର ରଇତ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଶବ ବ୍ୟବଛେଦ ରିଘଟ ବାହାରିବା ପରେ ସରକାର ଆଇନ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କୁ ୪୫୦ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି ।