୨୫ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

0
81
୨୫

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୩୦/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ୨୫ କେଜି ଗଞ୍ଜେଇ ଜବତ କରାଯିବା ସହିତ ୨ଜଣକୁ ଗିରଫ କରାଯାଇଛି ।

ସୂଚନାମତେ ଥାନାଧିକାରୀ ଗଣନାଥ ଥନାପତି ଥାନା କର୍ମଚାରୀ ମାନଙ୍କୁ ନେଇ ପେଟ୍ରୋଲିଂ କରୁଥିବା ବେଳେ ଖୁଣ୍ଟିଗୋରା ଛକରେ ସନ୍ଦେହରେ ଦୁଇ ବାଇକ ଆରୋହୀଙ୍କ ଗାଡି ନଂ. ସିଜି-୦୬ଜିଇ ୮୯୨୭ (ହିରୋ ଏଚଏଫ୍ ଡିଲକ୍ସ) ଏବଂ ସିଜି-୧୧ ଏକେ ୫୩୪୩ (ହିରୋ ସ୍ପ୍ଲେଣ୍ଡର ଆଇ ସ୍ମାର୍ଟ ଏମ/ସି)କୁ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ଗାଡ଼ିରୁ ଗଞ୍ଜେଇ ବାହାରିଥିଲା । ଫଳରେ ଗଞ୍ଜେଇ ସମେତ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରିବାରୁ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ଛତିଶଗଡ ରାଜ୍ୟ ମହାସମାନ ଜିଲ୍ଲା ସାରାଇପାଲି ଥାନା ନୁନପାଣି ଗ୍ରାମର ହରିହର ଜଟୱାର(୨୪) ଓ ଅନ୍ୟଜଣେ ରାୟଗଡ ଜିଲ୍ଲା ବରମକେଲା ଥାନା ଅନ୍ତର୍ଗତ ଦୁଲୋପାଲି ସ୍କୁଲପଡାର ଭରତ ସାରଥୀ(୪୮) ବୋଲି ଜଣାପଡିଛି । ଘଣ୍ଟାପଡା ଥାନା କେସ ନଂ. ୩୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି ।