ବ୍ୟାପକ ଗଞ୍ଜେଇ ସହ ଦେଇ ଦେଶି ବନ୍ଧୁକ ଜବତ୍ କଲା କଣ୍ଟାମାଳ ପୋଲିସ

0
69
ବ୍ୟାପକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୯/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ୍ ଏକ ବଡ଼ ଧରଣର ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସ ପି ରାଜ ପ୍ରାସାଦ ଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ପୋଲିସ ଲମ୍ବସରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ୍ୟ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲୁଥିବା ସମୟରେ ଚଢ଼ାଉ କରି ଥିଲେ । ପୋଲିସ କୁ ଦେଖି ଚାଲାଣ କାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ପୋଲିସ ବ୍ୟାପକ ଗଞ୍ଜେଇ ଜବତ୍ କରିବା ସହ ୨ଟି ଦେଶି ବନ୍ଧୁକ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ଗଞ୍ଜେଇ ର ପରିମାଣ ୩୧କ୍ଵିଣ୍ଟାଲ ୫୮କେଜି ହୋଇଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ୮୩/୨୦୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ଥିବା ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି । ଜାନୁଆରୀ ମାସ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୭୬ କ୍ଵିଣ୍ଟାଲ ୨୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୫ଟି ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।