କୋଶଲି ବ୍ୟଙ୍ଗ ହାସ୍ୟ କବି ତଥା ସ୍ଵେଚ୍ଛାସବୀ କବି ଟିକେଲାଲ୍ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା

0
86
କୋଶଲି ବ୍ୟଙ୍ଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୦/୦୪) : ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ସୃଷ୍ଟି କରି ପାରିଥିବା ଶ୍ରୀ ଟିକେଲାଲ ବେହେରା ଏକାଧାରରେ କୋଶଲି ବ୍ୟଙ୍ଗ କବି ଭାବେ, ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ଜଣେ ସରକାରୀ କର୍ମଚାରୀ ଭାବେ ଉଲ୍ଲେଖନିୟ ଅବଦାନ ହାସଲ କରି ଅବସର ଗ୍ରହଣ କରିଛନ୍ତି ।

ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ରେ ଥିବା ଶ୍ରୀ ବେହେରା ଛାତ୍ର ଜୀବନ ରୁ ଅସହାୟ ଙ୍କ ସହାୟ ହୋଇ ସ୍ଵେଚ୍ଛାସେବୀ ଭାବେ ପରିଚିତ । ନିଜ ସରକାରୀ ଚାକିରୀ ଜୀବନ ବ୍ୟସ୍ତତା ମଧ୍ୟରେ ଜଣେ କବି ଓ ବିଶେଷ କରି କୋଶଲି ବ୍ୟଙ୍ଗ ସାହିତ୍ୟ ରଚନାରେ ଉଲ୍ଲେଖଯୋଗ୍ୟ ଅବଦାନ ହାସଲ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟ ସେବା ଠୁଁ ନେଇ ବିଭିନ୍ନ ଦିଗରେ ସଦା ସହଯୋଗ କରି ବେଶ୍ ସୁନାମ ଅର୍ଜନ କରିଥିବା ଶ୍ରୀ ବେହେରା ଙ୍କୁ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କର୍ମକର୍ତ୍ତା ବିଦାୟ ଜଣେଇ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ, ସେ ବର୍ତ୍ତମାନ୍ କୋଶଳୀ ଭାଷା ସଂସ୍କୃତି ରେ ଅଧିକ ସମୟ ଦେବା ସହ ସ୍ଵେଚ୍ଛାସେବୀ ଭାବେ ସାଧାରଣ ଅସହାୟ ଙ୍କୁ ସହାୟ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ବିଗତ କୋଭିଡ ସମୟ ରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟ ହାତକୁ ନେଇ ବେଶ୍ ସୁନାମ ଅର୍ଜନ କରି ପାରିଥିଲେ । ଏ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଉତ୍ତରୋତ୍ତର ଉନ୍ନତି କାମନା କରା ଯାଇଛି ।