ହିନ୍ଦୁସ୍ଥାନ ଗ୍ରୁପ୍ ଅଫ୍ କମ୍ପାନିର ନିର୍ଦ୍ଦେଶକ ବରିଷ୍ଠ ଆଇନ୍ ଯିବି ଗୋପାଳ କେଜ୍ରିୱାଲଙ୍କ ପରଲୋକ

0
152
ହିନ୍ଦୁସ୍ଥାନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୫) : ହିନ୍ଦୁସ୍ଥାନ ଗ୍ରୁଫ ଅଫ କମ୍ପାନୀ ର ନିର୍ଦ୍ଦେଶକ ତଥା ଟିଟିଲାଗଡ ର ବରିଷ୍ଟ ଆଇନ୍ ଯିବି ରୂପେ ପରିଚିତ ଟିଟିଲାଗଡ଼ ନିବାସୀ ଗୋପାଳ ଚନ୍ଦ୍ର କେଜ୍ରିୱାଲ ଙ୍କ ଗତକାଲି ରାତି ୧୦ ଘଣ୍ଟା ସମୟ ରେ ତାଙ୍କ ନିଜ ବାସ ଭବନ ରେ ଦେହାନ୍ତ ହୋଇ ଥିବା ପରିବାର ପକ୍ଷରୁ ସନ୍ତୋଷ କୁମାର କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ଗ୍ରୁପ ଅଫ କମ୍ପାନୀ ର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଥିଲେ । ଏହା ସହିତ ସେ ଜଣେ ବେଶ୍‌ ଜଣା ଶୁଣା ଦକ୍ଷ ବରିଷ୍ଠ ଆଇନଜୀବୀ ରୂପେ ପରିଚିତ ଥିଲେ । ଟିଟିଲାଗଡ଼ ବାର ଆସୋସିଆସନ ର ଦୁଇଥର ସମ୍ପାଦକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଆଜି ସମସ୍ତ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି ।