ରାତିରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

0
76
ଦୁବୃର୍ତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୧/୦୫) : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ଗାଁ’ରେ ଗତକାଲି ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ ।

ଘରର ଗ୍ରିଲ ତାଡି ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଗାଁ’ର ଚନ୍ଦ୍ରମଣି ନାଏକଙ୍କ ପରିବାର ଲୋକେ କଟକ ବଡ ଡାକ୍ତରଖାନା ଯାଇଥିବା ବେଳେ, ଘରେ କେହି ନଥିବା ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଘରର ଗ୍ରିଲ ତାଡି ଘର ଭିତରେ ପଶିଥିଲେ । ଘରେ ଥିବା ଲକ୍ଷେ ଟଙ୍କା, ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସକାଳୁ ଘରେ ପହଞ୍ଚି ତୋରି ହୋଇଥିବା ଜାଣିବାକୁ ପାଇଥିଲେ । ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।