ତାର ଚୋରି କରୁଥିବା ସନ୍ଧେହରେ ଗାଡି ସହ ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ

0
95
ତାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକ ଠାରେ ଟାଟାପାୱାର ଲେଖା ଥିବା ଏକ ତାର ବୋଝେଇ ପିକଅପ କୁ ଅଞ୍ଚଲବାସି ଡ୍ରାଇବର ଓ ଗାଡ଼ିକୁ ଅଟକ ରଖିଛନ୍ତି lWhatsApp Image 2023 05 01 at 23.31.49 1 ତାର ଚୋରି କରୁଥିବା ସନ୍ଧେହରେ ଗାଡି ସହ ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ

ବଲାରଙ୍ଗା ଗ୍ରାମର ଆଖ ପାଖ ଅଞ୍ଚଳରେ ପୂର୍ବରୁ ବହୁ ଥର ଖୁଣ୍ଟ ଭାଙ୍ଗି ୧୧ କେଭି ବିଦ୍ୟୁତ୍ ତାର ଚୋରୀ ମଧ୍ୟ ହୋଇସାରିଥିବ ବିନିକା ଥାନାରେ ଅଭିଯୋଗ ହୋଇସାରିଛି l ତେଣୁ ଆଜି ଟାଟା ପାୱାର ଲେଖା ଥିବା ଏକ ବୋଲେରୋ ପିକଅପ ଗାଡି ସେହି ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସି ଦେଖିବା ପରେ ଅଟକାଇଥିଲେ l ସେମାନଙ୍କ ପାଖରୁ କୌଣସି ଉତ୍ତର ଠିକ ଭାବରେ ମିଳିପାରୁନଥିବାରୁ ଚୋରି କରୁଥିବା ସନ୍ଧେହ କରିଥିଲେ l ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା l ବାରମ୍ବାର ଚୋରି ହେଉଥିବା ଏବଂ ପୁଲିସ କାହାକୁ ଧରି ପାରୁ ନ ଥିବା ଯୋଗୁ ଗ୍ରାମବାସୀ ଏହି କାର୍ଯ୍ୟ ରେ ନିଜେ ଟାଟା ପାୱାର ର କର୍ମଚାରୀ ସଂଶ୍ଲିଷ୍ଟ ଥାଇ ଏହି ସବୁ କରୁଛନ୍ତି ବୋଲି ଦର୍ଶାଇ ଗାଡି କୁ ଜୋର ଜବରଦସ୍ତ ଅଟକ ରଖିଥିଲେ l

ଏହି ଘଟଣାକୁ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ପୁଲିସ ଆସିବା ପରେ ପୁଲିସ ର ନିର୍ଦେଶରେ ଚୋରି ହୋଇଥିବା ଜିନିଷ କୁ ଗାଡ଼ିରେ ଥାନାକୁ ନେଇଥିଲେ । ଏ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ୧୧କେଭି ତାର ଚୋରି ହେଉଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଓ ପୁଲିସ ପ୍ରଶାସନ ଚୋରି ଘଟଣାରେ ସଂପୃକ୍ତ ଥିବା ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇ ପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଚୋର ଚୋରୀ କରି ଖସି ପଳାଇଥିବାରେ ସଫଳ ହୋଇଛି ।